ମାହାଙ୍ଗା ଡବଲ୍ ମର୍ଡର ଘଟଣା : ମୁଖ୍ୟ ଅଭିଯୁକ୍ତକୁ ଅଜ୍ଞାତ ସ୍ଥାନରେ ଚାଲିଛି ପଚରାଉଚରା

Published By : Prameya-News7 Bureau | January 08, 2021 IST

ନିଶ୍ଚିନ୍ତକୋଇଲି ୮।୧: ମାହାଙ୍ଗା ଡବଲ ମର୍ଡର ଘଟଣାରେ ଗୁରୁବାର ଗିରଫ ହୋଇଥିବା ଉମେଶ ଖଟୁଆ ଓରଫ୍ ନିଧିକୁ ମାହାଙ୍ଗା ପୋଲିସ ବିଭିନ୍ନ ସ୍ଥାନକୁ ନେଇ ହତ୍ୟାକାଣ୍ଡରେ ବ୍ୟବହୃତ ଜିନିଷ ଜବତ କରିଥିବା ସୂଚନା ମିଳିଛି । କୋର୍ଟ ଚାଲାଣ ବେଳେ ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀର ବୟାନକୁ ଭିତ୍ତି କରି ଉମେଶ ଖଟୁଆକୁ ଗୁରୁବାର ରାଜଗାଙ୍ଗପୁରରୁ ଗିରଫ କରିଥିଲା କଟକ ଗ୍ରାମାଞ୍ଚଳ ପୋଲିସ । ଏହି ହତ୍ୟାକାଣ୍ଡରେ ସିଧାସଳଖ ଉମେଶ ସଂପୃକ୍ତ ଥିବା କଥା ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ ପୋଲିସ ଆଗରେ ସୂଚନା ଦେଇଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ଆଡେ ୫ଟି ସ୍ପେଶାଲ ସ୍କ୍ବାର୍ଡ ପ୍ରୟାସ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.