ମହାନଦୀ ଜଳ ବିବାଦ ମାମଲା : ଆଜି ଟ୍ରିବ୍ୟୁନାଲରେ ଶୁଣାଣି
13/07/2019 at 9:48 AM
ନୂଆଦିଲ୍ଲୀ ୧୩|୭: ମହାନଦୀ ଜଳ ବିବାଦକୁ ନେଇ ଆଜି ସୁପ୍ରିମକୋର୍ଟଙ୍କ ମହାନଦୀ ଟ୍ରିବ୍ୟୁନାଲରେ ଶୁଣାଣି ହେବ। ଜଷ୍ଟିସ ଏ. ଏମ. ଖାୱାଲିକରଙ୍କର ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଫୋନି ବାତ୍ୟା କାରଣରୁ ଗତ ମେ ମାସରେ ୨ ରାଜ୍ୟର ପ୍ରତିନିଧି ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରି ପାରି ନଥିଲେ । ପୂର୍ବରୁ ୨ ଥର ଉଭୟ ରାଜ୍ୟ ଭିତରେ ଆଲୋଚନା ହୋଇଥିଲେ ମଧ୍ୟ ତାହା ବିଫଳ ହୋଇଥିଲା। ତେବେ ଜୁନ୍ ମାସରେ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରି ଆପୋଷ ବୈଠକ କରିବେ ବୋଲି ଉଭୟ ରାଜ୍ୟ ଟ୍ରିବ୍ୟୁନାଲକୁ ଜଣାଇଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଜୁଲାଇ ୧୩କୁ ଶୁଣାଣିକୁ ଘୁଞ୍ଚାଇଥିଲେ ଟ୍ରିବ୍ୟୁନାଲ । ଓଡିଶାର ମଧ୍ୟବର୍ତ୍ତୀକାଳିନ ଆବେଦନ ଉପରେ ଟ୍ରିବ୍ୟୁନାଲ ଶୁଣାଣି ଶେଷ କରିଛନ୍ତି ରାୟ ସଂରକ୍ଷିତ ରଖିଛନ୍ତି ।
Related Posts
କୋଭିଡ ଟିକା ଯୋଗାଣ ଲାଗି ଏଯାଏଁ ପାକିସ୍ତାନରୁ ମିଳିନି ଅନୁରୋଧ: MEA
22 January 2021