Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ମହାନଦୀ ଜଳ ବିବାଦ : ଆଜି ଟ୍ରିବ୍ୟୁନାଲରେ ହେବ ଶୁଣାଣି

28/09/2019 at 8:22 AM

ନୂଆଦିଲ୍ଲୀ ୨୮।୯: ଆଜି ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ହେବ। ଜଷ୍ଟିସ ଏ ଏମ ଖାନୱାଲିକରଙ୍କ ନେତୃତ୍ବରେ ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ।

ତେବେ ଏହା ପୂର୍ବରୁ ଗତକାଲି ଦିଲ୍ଲୀ ଓଡିଶା ଭବନରେ ଓଡ଼ିଶା ଓ ଛତିଶଗଡ଼ର ବୈଷୟିକ ଟିମ୍ ଏବଂ ଆଇନଜୀବୀମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା । ଟ୍ରିବ୍ୟୁନାଲରେ ଶୁଣାଣି ସମୟରେ କେଉଁ ପ୍ରସଙ୍ଗଗୁଡ଼ିକୁ ଉପସ୍ଥାପନ କାରଯିବ ଏବଂ ଓଡ଼ିଶା ରଣନୀତି କ’ଣ ରହିବ ସେନେଇ ବିଚାରବିମର୍ଶ କରିଥିଲେ।

ଆଜି ଶୁଣାଣିରେ ୨ ରାଜ୍ୟ ସତ୍ୟପାଠ ମାଧ୍ୟମରେ ନିଜ ନିଜର ପକ୍ଷ ରଖିବେ । ଓଡ଼ିଶା ପକ୍ଷରୁ ଟ୍ରିବ୍ୟୁନାଲଙ୍କ ନିକଟରେ କିଛି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ମଧ୍ୟ ଦାଖଲ କରାଯିବ । ମହାନଦୀ ଜଳ ବିବାଦରେ ଓଡ଼ିଶା ପକ୍ଷରୁ ଦାଖଲ କରାଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି ଶେଷ କରି ରାୟ ଦେବା ପୂର୍ବରୁ ଟ୍ରିବ୍ୟୁନାଲ ଆପୋଷ ସମାଧାନ ଲାଗି ଓଡ଼ିଶା ଓ ଛତିଶଗଡ଼କୁ ପରାମର୍ଶ ଦେଇଥିଲେ।

   Related Posts