ମହାନଦୀ ଜଳ ବିବାଦ: ମେ ୧୬ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି...

Published By : Prameya-News7 Bureau | April 08, 2020 IST

ଭୁବନେଶ୍ବର୮/୪: ଘୁଞ୍ଚିଲା ମହାମଦୀ ଜଳ ବିବାଦ ଶୁଣାଣି। ଏପ୍ରିଲ ୧୮ରେ ଜଳ ବିବାଦ ଟ୍ରିବ୍ୟୁନାଲରେ ଶୁଣାଣି  ହେବାକୁଥିବା ବେଳେ ଶୁଣାଣିକୁ ଘୁଞ୍ଚାଇବାକୁ ସବୁ ପକ୍ଷ ଅନୁରୋଧ କରିଥିଲେ। ତେଣୁ ଜଳ ବିବାଦ ଖଣ୍ଡପୀଠ ମାମଲାର ଶୁଣାଣି ମେ ୧୬କୁ ଘୁଂଚାଇଛନ୍ତି  । କରୋନା ମହାମାରୀ କୁ ରୋକିବା ପାଇଁ ଦେଶ ବ୍ୟାପି ଲକ୍‌ଡାଉନ ଘୋଷଣା କରାଯାଇଛି।  ଓଡିଶା ପକ୍ଷରୁ ମାର୍ଚ୍ଚ ୩୧ ତାରିଖରେ ଏକ ପତ୍ର ମାଧ୍ୟମରେ  ମାମଲାର ଶୁଣାଣି ଜୁଲାଇ ଦ୍ବିତୀୟ ସପ୍ତାହରେ କରିବାକୁ ଅନୁରୋଧ କରାଯାଇଥିଲା। ଏହି ଅନୁରୋଧ କୁ ବିଚାରକୁ ନେଇ ବର୍ତ୍ତମାନର ସ୍ଥିତି ଅନୁସାରେ ଏହାର ଶୁଣାଣି ତାରିଖ ମେ ୧୬ ସକାଳ ୧୧ଟାରେ ଦିନ ଧାର୍ଯ୍ୟ କରାଯାଇଛି।

ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ବିଚାରପତି ଏ.ଏମ. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି କରୁଛନ୍ତି। ସେହିପରି ଏପ୍ରିଲ୧୫ ତାରିଖରେ ଓଡିଶା ଆନ୍ଦ୍ର ବଂଶଧରା ନଦୀ ଜଳ ମାମଲାର ଶୁଣାଣି ମଧ୍ୟ ଘୁଞ୍ଚିପାରେ। ଆଜି ସୁପ୍ରିମକୋର୍ଟରେ ହେବାକୁ ଥିବା କମ୍ୟୁନିଟି କିଚେନ ମାମଲାର ଶୁଣାଣି ମଧ୍ୟ ହେବନାହିଁ। କରୋନା ପ୍ରଭାବରେ ଏବେ କେବଳ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଜରୁରୀ କାଳୀନ ମାମଲା ଗୁଡିକର ଶୁଣାଣି କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.