Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ମହାନଦୀ ଜଳ ବିବାଦ ମାମଲା : ତଥ୍ୟ ଦାଖଲ କଲା ଓଡିଶା, ଅଗଷ୍ଟ ୧୪କୁ ଘୁଞ୍ଚିଲା ଶୁଣାଣି

26/06/2021 at 5:01 PM

ନୂଆଦିଲ୍ଲୀ ୨୬।୬: ଅଗଷ୍ଟ ୧୪ ତାରିଖକୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି । ଶୁଣାଣି ପୂର୍ବରୁ କେନ୍ଦ୍ରୀୟ ଏଜେନ୍ସିକୁ ୨ ରାଜ୍ୟକୁ ମାଗିଥିବା ସମସ୍ତ ତଥ୍ୟକୁ ଦାଖଲ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଛତିଶଗଡ ଓ ଓଡିଶାକୁ ମାଗିଥିବା ତଥ୍ୟ ଦାଖଲ କରିଛି ଓଡିଶା ।

କରୋନା ପାଇଁ ଗତ ଅପ୍ରେଲ ୧୦ ଓ ମେ’ ୮ ତାରିଖର ଶୁଣାଣିକୁ ସ୍ଥଗିତ ରଖାଯାଇଥିଲା। ଶୁଣାଣି ପୂର୍ବରୁ ଗତ ୨୪ ରେ ଛତିଶଗଡ ସରକାରଙ୍କ ପକ୍ଷରୁ ପୁଣି ଥରେ ମହାନଦୀ ଜଳପ୍ରବାହ ସଂପର୍କିତ ଅଧିକ ତଥ୍ୟ ଲୋଡାଯାଇଥିଲା। ଅନ୍ତରୀଣ ବ୍ୟବସ୍ଥା ଉପରେ ଆଲୋଚନା ପାଇଁ ଟ୍ରିବ୍ୟୁନାଲ୍ ଦୁଇ ରାଜ୍ୟକୁ ଅନେକଥର ସୁଯୋଗ ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍କର୍ଷ ବାହାରିପାରିନାହିଁ। ଆପୋଷ ବୁଝାମଣା ଉପରେ ଆଲୋଚନା ଏବେ ବି ଜାରି ରହିଛି।

ଅପରପକ୍ଷେ, ୨୦୧୮ ମାର୍ଚ୍ଚ ୧୨ରୁ ଗଠିତ ଟ୍ରିବ୍ୟୁନାଲର ପ୍ରଥମ ୩ ବର୍ଷର ଅବଧି ଚଳିତ ବର୍ଷ ମାର୍ଚ୍ଚ ୧୧ରେ ଶେଷ ହୋଇଯାଇଥିବାରୁ ନିକଟରେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲର ଅବଧିକୁ ଆଉ ଦୁଇବର୍ଷ ବଢାଇ ଦେଇଛନ୍ତି । ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଇତିମଧ୍ୟରେ କମନ୍ ଇନଫରମେଶନ ଫର୍ମାଟକୁ ମୂଳ ମାମଲାରେ ଚୂଡାନ୍ତ ହୋଇ ସାରିଥିବା ୪୭ଟି ପ୍ରସଙ୍ଗ ସହିତ ଲିଙ୍କ୍ କରାଯାଇଛି।

   Related Posts