ମହାନଦୀ ଜଳ ବିବାଦ ମାମଲା : ଆସନ୍ତା ୧୦ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ଓଡିଶାକୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | December 15, 2018 IST

wp:core-embed/youtube {"url":"https://www.youtube.com/watch?v=jjTl496XhuI","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=jjTl496XhuI
/wp:core-embed/youtube

ନୂଆଦିଲ୍ଲୀ ୧୫|୧୨: ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ଓଡିଶାର ମଧ୍ୟବର୍ତ୍ତିକାଳୀନ ଆବେଦନ ଉପରେ ଶୁଣାଣି ହୋଇଛି । ଆସନ୍ତା ୧୦ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ଓଡିଶାକୁ ନିର୍ଦ୍ଦେଶ । ଛତିଶଗଡକୁ ପ୍ରତି ଜବାବ ରଖିବାକୁ ମଧ୍ୟ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ । ଫେବ୍ରୁଆରୀ ୯ରେ ପରବର୍ତ୍ତୀ ଶୁଣାଣି ହେବ । ଫେବ୍ରୁଆରୀ ୯ ରେ ମଧ୍ୟ ମୂଳ ମାମଲାର ଶୁଣାଣି ହେବ ।

କେନ୍ଦ୍ର ସରକାରଙ୍କ ଦ୍ବାରା ଟ୍ରିବ୍ୟୁନାଲ୍ ଗଠନ ହେବା ପରେ ଏହା ଟ୍ରିବ୍ୟୁନାଲ୍ ର ଦ୍ବିତୀୟ ଶୁଣାଣି । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ରେ ଅକ୍ଟେ।ବର ୯ ତାରିଖରେ ଛତିଶଗଡ଼ ଦ୍ବାରା ମହାନଦୀର ଉପର ମୁଣ୍ଡରେ ନିର୍ମାଣ କରାଯାଇଥିବା ୬ଟି ବ୍ୟାରେଜର ନିର୍ମାଣ କାର୍ଯ୍ୟ ଉପରେ ରହିତାଦେଶ ଜାରି କରିବା ପାଇଁ ଓଡ଼ିଶା ଅନ୍ତରୀଣ ଆବେଦନ କରିଥିଲା । ମହାନଦୀ ଟ୍ରିବ୍ୟୁନାଲର ପ୍ରଥମ ଶୁଣାଣିରେ ଓଡ଼ିଶାର ଅନ୍ତରୀଣ ଆବେଦନକୁ ଗ୍ରହଣ କରି ଟ୍ରିବ୍ୟୁନାଲ୍  ଛତିଶଗଡ଼ ସମେତ ୪ ରାଜ୍ୟକୁ ପକ୍ଷ ରଖିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ଚଳିତମାସ ୩ ତାରିଖରେ ଛତିଶଗଡ଼ ଓ ମହାରାଷ୍ଟ୍ର ଦ୍ବାରା ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ରେ ଓଡ଼ିଶାର ଅନ୍ତରୀଣ ଆବେଦନ ଉପରେ ସତ୍ୟପାଠ ଦାଖଲ କରାଯାଇଥିଲା । ଉଭୟ ରାଜ୍ୟ ଓଡ଼ିଶା ଆବେଦନକୁ ଖାରଜ କରିବା ପାଇଁ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ସମସ୍ତ ପକ୍ଷଙ୍କ ଦ୍ବାରା ଟ୍ରିବ୍ୟୁନାଲ୍  ନିର୍ଦ୍ଦେଶ ଅନୁସାରେ ଜବାବ ଦାଖଲ କରାଯାଇଥିବାରୁ ଆଜି ଟ୍ରିବ୍ୟୁନାଲ୍  ପ୍ରଥମେ ଓଡ଼ିଶାର ମଧ୍ୟବର୍ତ୍ତିକାଳୀନ ଆବେଦନର ଶୁଣାଣି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.