Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦର ଶୁଣାଣି : ଉଭୟ ବୈଷୟିକ ଟିମ୍ ଦୁଇ ରାଜ୍ୟ ଗସ୍ତ କରିବାକୁ ନିଷ୍ପତ୍ତି

28/09/2019 at 1:21 PM

ନୂଆଦିଲ୍ଲୀ ୨୮।୯: ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦର ଶୁଣାଣି ଶେଷ । ଓଡିଶା ଓ ଛତିଶଗଡ  ଗତକାଲିର ବୈଠକର ନିଷ୍କର୍ସ ବିଷୟରେ ସମ୍ପର୍କରେ ଟ୍ରିବ୍ୟୁନାଲ ଅବଗତ କରାଇବା ସହ ଆଲୋଚନା ଆଂଶିକ ସଫଳ ହୋଇଛି ବୋଲି ୨ ପକ୍ଷର ଆଡଭୋକେଟ ଜେନେରାଲ ଜଣାଇଛନ୍ତି ।

ଏହାସହ ଉଭୟ ପକ୍ଷ ପ୍ରକଳ୍ପର ଯୁଗ୍ମ ସର୍ଭେ ପାଇଁ ତାରିଖ ନିର୍ଦ୍ଧାରଣ କରିଛନ୍ତି । ଅକ୍ଟୋବର ୩୦ରୁ ୨ ଭିତରେ ଓଡ଼ିଶା ଟିମ୍  ଛତିଶଗଡ ଯାଇ ପ୍ରକଳ୍ପ  ପରିଦର୍ଶନ  କରିବ । ପରେ ୧୭ରୁ ୧୯ ନଭେମ୍ବର ମଧ୍ୟ ଛତିଶଗଡ ଟିମ୍ ପ୍ରକଳ୍ପ ପରିଦର୍ଶନ  ପାଇଁ ଓଡିଶା  ଆସିବ ।  ପ୍ରକଳ୍ପ ପରିଦର୍ଶନ  ପରେ ଉଭୟ ପକ୍ଷ ଟ୍ରିବ୍ୟୁନାଲରେ ରିପୋର୍ଟ ଦାଖଲ କରିବେ। ଡିସେମ୍ବର ୨ ସୁଦ୍ଧା ଟ୍ରିବ୍ୟୁନାଲ  ଆସେସର ବା, ଜଳ ବିଶେଷଜ୍ଞଙ୍କ  ନିଯୁକ୍ତ କରିବେ।  ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି  ନଭେମ୍ବର ୩୦କୁ ଧାର୍ଯ୍ୟ କରାଯାଇଛି ।

   Related Posts