ମହାନଦୀ ଜଳ ବିବାଦ : ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବସିଥିବା ବୈଠକ ଶେଷ, ମାର୍ଚ୍ଚ ୯ରେ ହେବ ପରବର୍ତ୍ତୀ ଶୁଣାଣି

Published By : Prameya-News7 Bureau | February 25, 2019 IST

ନୂଆଦିଲ୍ଲୀ ୨୫|୨: ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ଓଡିଶା ଓ ଛତିଶଗଡ ମଧ୍ୟରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକ ପରେ ଉଭୟ ପକ୍ଷ କୌଣସି ପ୍ରତିକ୍ରିୟା ରଖିଲେ ନାହିଁ । ଆଲୋଚନାର ରିପୋର୍ଟ ଟ୍ରିବ୍ୟୁନାଲକୁ ଦିଆଯିବ ବୋଲି ସୂଚନା ଦେଇଛନ୍ତି । ମାର୍ଚ୍ଚ ୯ରେ ହେବ ପରବର୍ତ୍ତୀ ଶୁଣାଣି ।

{"id":88496}

ସୁପ୍ରିମକୋର୍ଟ ପରିସରରେ ଏହି ବୈଠକ ବସିଥିଲା । ଏଥିରେ ୨ ରାଜ୍ୟର ଜଳ ସମ୍ପଦ ଅଧିକାରୀଙ୍କ ସହିତ ବୈଷୟିକ ଟିମ୍ ଉପସ୍ଥିତ ରହିଥିଲେ । ବୈଠକରେ ଅଣ ମୌସୁମୀ ସମୟ ନଭେମ୍ବରରୁ ମେ' ମାସ ମଧ୍ୟରେ ଛତିଶଗଡ଼, ଓଡ଼ିଶାକୁ କେତେ ପରିମାଣରେ ଜଳ ଛାଡ଼ିବାକୁ ହେବ ସେ ସଂପର୍କରେ ଆଲୋଚନା ହୋଇଛି । ଫେବୃଆରୀ ୯ରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ, ଓଡ଼ିଶାର ମଧ୍ୟବର୍ତ୍ତିକାଳୀନ ଆବେଦନର ଶୁଣାଣି ଶେଷ କରିଥିଲେ । ଜଳ ବଣ୍ଟନ ନେଇ ଦୁଇ ରାଜ୍ୟ ଆପୋଷ ବୁଝାମଣା କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ । ତେବେ ଟ୍ରିବ୍ୟୁନାଲ ମାର୍ଚ୍ଚ ୯ରେ ଚୂଡ଼ାନ୍ତ ରାୟ ଶୁଣାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.