ମହାନଦୀ ଟ୍ରିବ୍ୟୁନାଲ : ଜଳ ବିବାଦର ଶୁଣାଣିରେ ୨୬ଟି ପ୍ରସଙ୍ଗକୁ ନେଇ ଚିଠା ଦାଖଲ କଲା ଓଡିଶା

Published By : Prameya-News7 Bureau | February 01, 2020 IST

ନୂଆଦିଲ୍ଲୀ ୧।୨: ମହାନଦୀ ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦର ଶୁଣାଣି ହୋଇଛି । ଆଜି ଟ୍ରିବ୍ୟୁନାଲରେ ଓଡିଶା ଓ ଛତିଶଗଡ ପକ୍ଷରୁ ମହାନଦୀ ସଂପର୍କିତ ପ୍ରତି ଜବାବ ଏବଂ ଚିଠା ଦାଖଲ କରାଯାଇଛି । ଓଡିଶା ପକ୍ଷରୁ ୨୬ଟି ପ୍ରସଙ୍ଗକୁ ନେଇ ଚିଠା ଦାଖଲ କରାଯାଇଛି ।

ଓଡିଶା ଓ ଛତିଶଗଡକୁ ଦ୍ବିପାକ୍ଷିକ ବୈଠକ ଜରିଆରେ ଦୁଇ ପକ୍ଷର ଚିଠା ପ୍ରସଙ୍ଗଗୁଡିକୁ ଚୂଡାନ୍ତ କରି ଟ୍ରିବ୍ୟୁନାଲରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକ ଦୁଇ ପକ୍ଷର ଆଇନଜୀବୀମାନେ ମିଳିତଭାବେ ଦିଲ୍ଲୀରେ କରିବାର ଯୋଜନା ରହିଛି ।

ପ୍ରସଙ୍ଗଗୁଡିକୁ ଚୂଡାନ୍ତ କରିବା ପାଇଁ ଆବଶ୍ୟକ ହେଲେ ଦୁଇ ପକ୍ଷ କେନ୍ଦ୍ରୀୟ ସଂସ୍ଥାର ସହାୟତା ନେଇ ପାରିବେ । ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ୧୮ତାରିଖରେ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.