ମହାନଦୀ ଜଳ ବିବାଦ ମାମଲା : ଆପୋଷ ବୁଝାମଣା ପାଇଁ ଟ୍ରିବ୍ୟୁନାଲଙ୍କ ପରାମର୍ଶ
9/03/2019 at 12:45 PM
ନୂଆଦିଲ୍ଲୀ ୯|୩ : ମହାନଦୀ ଜଳ ବିବାଦର ସମାଧାନ ପାଇଁ ପୁଣି ଥରେ ଓଡିଶା-ଛତିଶଗଡ ଆପୋଷ ଆଲେଚନା କରିବାକୁ ପରାମର୍ଶ ଦେଇଛନ୍ତି ଟ୍ରିବ୍ୟୁନାଲ । ଓଡିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଟ୍ରିବ୍ୟୁନାଲ ଶୁଣାଣି କରିଛନ୍ତି । ସପ୍ତାହେ ଭିତରେ ଆଲୋଚନା କରି ଲିଗାଲ ଟିମ ଓ ଟ୍ରିବ୍ୟୁନାଲକୁ ସୂଚନା ଦେବେ। ମାମଲାର ପରବର୍ତ୍ତି ଶୁଣାଣି ମାର୍ଚ୍ଚ ୩୦ରେ ହେବ।
ମହାନଦୀ ଜଳ ବିବାଦର ଶୁଣାଣିରେ ଓଡିଶା ନିଜ ଦାବିରେ ଅଟଳ ରହିଛି। ଆଜିର ଶୁଣାଣି ବେଳେ, ଓଡିଶା ଏବଂ ଛତିଶଗଡ ଭିତରେ ୨ଥର ଆଲୋଚନା ବିଫଳ ହୋଇଥିବା ଟ୍ରିବ୍ୟୁନାଲକୁ ସୂଚନା ଦିଆ ଯାଇଥିଲା । ତେବେ ଟ୍ରିବ୍ୟୁନାଲ ୨ ପକ୍ଷକୁ ପୁଣିଥରେ ଆଲୋଚନା କରିବା ପାଇଁ ପରାମର୍ଶ ଦେଇଥିବା ବେଳେ ଦୁଇ ପକ୍ଷ ଏହାକୁ ଗ୍ରହଣ କରିଛନ୍ତି । ଲିଗଲ ଟିମର ଅଧ୍ୟକ୍ଷତା ଓଡିଶା ଓ ଛତିଶଗଡର ଆଡଭେକେଟ ଜେନେରାଲ କରିବେ ବୋଲି ଟ୍ରିବ୍ୟୁନାଲ କହିଛନ୍ତି । ଏହାସହ ଜଳ ସଂପଦ ଅଧିକାରୀ ଓ ବୈଷୟିକ ଟିମ ମଧ୍ୟ ସାମିଲ ରହିବେ ।