ମହାନଦୀ ବନ୍ଧରୁ ଖସିଛି ୨୫୦ ଫୁଟ୍‌ ବାଲି ଅତଡ଼ା: ଭୟ ଆଶଙ୍କାରେ ନଦୀକୂଳର ୫ ହଜାର ବାସିନ୍ଦା

Published By : Prameya-News7 Bureau | August 18, 2020 IST

ସାଲେପୁର୧୮/୮: ଚଳିତବର୍ଷ ବନ୍ୟାଜଳ ଯୋଗୁଁ କିଶନନଗର ତହସିଲ ଅଧିନ ବାବୁଜଙ୍ଗ ପିଁ ପୁର ମହାନଦୀ ବନ୍ଧ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ପ୍ରାୟ ୨୫୦ ଫୁଟର ଲମ୍ବରେ ବାଲି ଅତଡ଼ା ଖସି ଯିବା ଫଳରେ ସଂପୃକ୍ତ ଅଞ୍ଚଳରେ ଘାଇ ହୋଇଯିବା ଆଶଙ୍କା କରାଯାଉଛି। ଏହି ଅଞ୍ଚଳରେ ପ୍ରାୟ ୫୦୦୦ ହଜାରରୁ ଉର୍ଦ୍ଧ୍ବ ଲୋକ ଲୋକ ବସବାସ କରୁଥିବା ବେଳେ ପ୍ରାୟ ଏକ ହଜାର ଲୋକ ଏହି ନଦୀ ବନ୍ଧ ଦେଇ ଯାତାୟାତ କରିଥାନ୍ତି।

wp:html /wp:html

ଏହି ରାସ୍ତା କିଶନ ନଗରରୁ ପାରାଦୀପ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଛି। ଲୋକଙ୍କ ଅଭିଯୋଗ ମୁତାବକ, ତହସିଲ ପ୍ରଶାସନ ପକ୍ଷରୁ ବାରମ୍ବାର ବାଲିଘାଟ କରି ବାଲି ଉଠାଇବା ଦ୍ବାରା ନଦୀ ବନ୍ଧ ବିପଦ ସଙ୍କୁଳ ଅବସ୍ଥାରେ ପଡ଼ି ରହିଛି। ଏହାସହ ଜନ ଜୀବନ ମଧ୍ୟ ଭୟଭୀତ ଅବସ୍ଥାରେ ଅଛନ୍ତି । ଯଦି ଏହି ଅଞ୍ଚଳରେ ନଦୀ ବନ୍ଧ ଭାଙ୍ଗି ବନ୍ୟା ସୃଷ୍ଟି ହୁଏ ତେବେ ଶହ ଶହ ଏକର ଚାଷ ଜମି ନଷ୍ଟ ହେବା ସହ ଲୋକମାନେ ବାସ କରୁଥିବା ଘର ବାଡି ମଧ୍ୟ ବନ୍ୟାରେ ଧୋଇ ହୋଇଯିବାର ସମ୍ଭାବନା ରହିଛି ।

ଏପଟେ ପ୍ରଶାସନ ବାଲି ବସ୍ତା ପକାଇ  ଘାଇ ରୋକିବା ପାଇଁ ଜୀବନ ବିକଳେ ଉଦ୍ୟମ କରିଛନ୍ତି। ଲୋକମାନଙ୍କ ଅଭିଯୋଗ ଯେ ସ୍ଥାନୀୟ ତହସିଲଦାର ଏବଂ ଜିଲ୍ଲାପାଳଙ୍କ ଦେଖା ନାହିଁ। ଆଗାମୀ ଦିନରେ ଯଦି କିଛି କ୍ଷତି ହୁଏ। ତେବେ ଏଥିପାଇଁ ତହସିଲଦାର ଦାୟୀ ରହିବେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.