ଗାଧୋଇବା ବେଳେ ମହାନଦୀରେ ଭାସି ଗଲେ ଯୁବକ, ଡାକ୍ତରଖାନାରେ ଚାଲିଗଲା ଜୀବନ

Published By : Prameya-News7 Bureau | July 05, 2020 IST

ବାଙ୍କୀ୫/୭: ମହାନଦୀରେ ଗୋଡ଼ ଖସି ଯୁବକଙ୍କ ମୃତ୍ୟୁ। ମିଳିଥିବା ସୂଚନା ମୁତାବକ, ମହନଦୀକୁ ଗାଧୋଇବା ପାଇଁ ଯୁବକ ଜଣକ ଯାଇଥିଲେ। ଗାଧୋଇବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା। ଯାହାଫଳରେ ସେ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ମୃତ ଯୁବକଙ୍କ ନାମ କୃଷ୍ଣ ଚନ୍ଦ୍ର ପଣ୍ଡା। ଚକାପଦା ଗ୍ରାମରେ ତାଙ୍କ ଘର, ବୟସ ୧୮ ବର୍ଷ।

ଯେହେତୁ ମହାନଦୀରେ ବଢ଼ିପାଣିର ସୁଅ ପ୍ରଖର ଥିଲା।ତାଙ୍କ ଗୋଡ଼ ଖସିବା ମାତ୍ରେ ପ୍ରଖର ସୁଅ ତାଙ୍କୁ ଭସାଇ ନେଇଥିଲା। ଏହି  ସମୟରେ ନଦୀରେ ଗାଧୋଉଥିବା ଅନ୍ୟ ଲୋକମାନେ ବାଙ୍କୀ ଦମକଳ ବହିନୀକୁ ଖବର ଦେଇଥିଲେ। ସେମାନେ ଘଟଣାସ୍ଥଳରେ ପହଁଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ। ବାଙ୍କୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେହି ହସ୍ପିଟାଲରେ ମୃତ ଯୁବକଙ୍କ ଶବ ବ୍ୟବଚ୍ଛେଦ ମଧ୍ୟ କରାଯାଇଛି। ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଏତେ ଭଲ ନୁହେଁ। ତାଙ୍କ ପରିବାରକୁ  ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ସରକାରଙ୍କୁ ଅନୁରୋଧ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.