ମହାନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ୪ ଦିନ ତଳେ ପାଣିକୁ ଡେଇଁ କରିଥିଲେ ଆତ୍ମହତ୍ୟା

Published By : Prameya-News7 Bureau | October 31, 2021 IST

ଆଠଗଡ, ୩୧/୧୦ :  ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମୃତଦେହ ଉଦ୍ଧାର। ଯୁବକଜଣଙ୍କ ଗତ ୨୮ ରେ ମୁଣ୍ଡଳୀ ବ୍ରିଜରୁ ମହାନଦୀ ପାଣିକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କ ମୃତଦେହ ୪ ଦିନ ପରେ ଉଦ୍ଧାର ହୋଇଛି ।

ସୂଚନାନୁସାରେ, ଗତ ଗୁରୁବାର ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ନାରଙ୍ଗବସ୍ତ ଗ୍ରାମ ନଦୀ କୂଳକୁ ଜଣେ ଯୁବକ ନଦୀକୁ ଡେଇଁ ପଡିଥିଲେ  । ୪ ଦିନ ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।ଯୁବକ ଜଣଙ୍କ ଚଦ୍ରମଣି ତ୍ରିପାଠୀ  ବୋଲି ତାଙ୍କ ଭାଇ ସ୍ପଷ୍ଟ କରିଛନ୍ତି । ଏନେଇ ଗୁରୁଡ଼ିଝାଟିଆ ଆଇଆଇସି ରଞ୍ଜନ କୁମାର ପ୍ରଧାନ ସୂଚନା ଦେଇ ଛନ୍ତି।

ଚନ୍ଦ୍ରମଣି ଏକ ଘରୋଇ କମ୍ପାନୀରେ ଏଚଆର ଭାବେ କାର୍ଯ୍ୟ କରୁଥିଲେ । କମ୍ପାନୀ କାର୍ଯ୍ୟର ମାନସିକ ଚାପ ସହି ନପାରି ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିବା ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଥିଲା । ତେବେ ଚାରି ଦିନ ଧରି ବାରଙ୍ଗ ଅଗ୍ନିଶମ ବିଭାଗ ବହୁ ଖୋଜାଖୋଜି କରି ମୃତଦେହ ଉଦ୍ଧାର କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.