ମହାନଦୀ ମାଷ୍ଟର ପ୍ଲାନ
12/05/2018 at 11:03 AM

ବିଳମ୍ବରେ ହେଲେ ମଧ୍ୟ ମହାନଦୀ ପାଣିର ଯଥାର୍ଥ ବିନିଯୋଗ ପାଇଁ ରାଜ୍ୟ ସରକାର ଶୀଘ୍ର ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବେ ।ମହାନଦୀର ତଳମୁଣ୍ଡରେ ନିର୍ମାଣ ହେବ ୭ଟି ବ୍ୟାରେଜ୍ । ସେହିଭଳି ଶାଖା ନଦୀଗୁଡିକରେ ନିର୍ମାଣ ହେବ ୨୨ଟି ବ୍ୟାରେଜ୍ । ଛତିଶଗଡ ସହିତ ମହାନଦୀ ଜଳବିବାଦର ସମାଧାନ ପାଇଁ ଗଠିତ ଟ୍ରିବୁନାଲ ପାଇଁ କେନ୍ଦ୍ର ସରକାର ପ୍ରଦାନ କରିଥିବା ଟର୍ମ ଅଫ୍ ରେଫେରାନ୍ସ ହସ୍ତଗତ ହେବାପରେ ରାଜ୍ୟ ସରକାର ଯୋଜନାର ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରି ଟ୍ରିବ୍ୟୁନାଲରେ ପିଟିସନ ଦାଖଲ କରିବେ ବୋଲି ଜଳ ସମ୍ପଦ ସଚିବ ସୂଚନା ଦେଇଛନ୍ତି । ସୂଚନାୟୋଗ୍ୟଯେ, ଗତ ଏପ୍ରିଲ ୧୭ ତାରିଖରେ ବହୁ ବିଳମ୍ବରେ କେନ୍ଦ୍ର ସରକାର ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ପାଇଁ ଟର୍ମ ଅଫ ରେଫେରାନ୍ସ ଜାରୀ କରିଛନ୍ତି ।
Related Posts
ଇମାମି ପେପର୍ କମ୍ପାନୀରେ ବ୍ୟାପିଲା କରୋନା, ଥରକେ ୧୦୧ ପଜିଟିଭ୍
12 April 2021