Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ମୁଣ୍ଡଳିରେ ପହଞ୍ଚିଲା ମହାନଦୀ ବନ୍ୟାଜଳ, ୯ ଲକ୍ଷ ୮୦ହଜାର କ୍ୟୁସେକ୍ ଜଳ ପ୍ରବାହିତ

30/08/2020 at 7:55 AM

କଟକ ୩୦।୮: କଟକ ମୁଣ୍ଡୁଳିରେ ପହଞ୍ଚିଲା ହୀରାକୁଦରୁ ଛଡାଯାଇଥିବା ବନ୍ୟାଜଳ । ବର୍ତ୍ତମାନ ୯ ଲକ୍ଷ ୮୦ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ୨୪ ଘଣ୍ଟାରେ ମୁଣ୍ଡୁଳିରେ ମହାନଦୀରେ ବୃଦ୍ଧି ପାଇଛି ୧ ଲକ୍ଷ କ୍ୟୁସେକ୍ ଜଳ । ପ୍ରଭାବରେ ମହାନଦୀ ଉପକୂଳ ଗତିରାଉତ ପାଟଣାରେ ବନ୍ୟା ସ୍ଥିତି ଦେଖାଦେଇଛି । ତେବେ ଆଗକୁ ସ୍ଥିତି ଗମ୍ଭୀର ହୋଇପାରେ । ତଳିଆ ଅଞ୍ଚଳରେ ବନ୍ୟାପାଣି ପସି ଗାଁଗଣ୍ଡା ବୁଡାଇଲାଣି । ସେପଟେ ଛତିଶଗଡ​‌ରେ ବର୍ଷା କମିଥିବାରୁ ବିପଦ କମିପାରେ ବୋଲି ଆଶଙ୍କା କରିଛି ଜଳ ସମ୍ପଦ ବିଭାଗ ।

ଅନ୍ୟପଟେ ନରାଜ ଦେଇ କାଠଯୋଡ଼ିକୁ ପ୍ରବେଶ କରୁଛି ୪ ଲକ୍ଷ ୮୬ ହଜାର ୪୭୧ କ୍ୟୁସେକ୍ ଜଳ । ନାରାଜରେ ପ୍ରବେଶ କରୁଛି ୨୬ ମିଟର, ନିଷ୍କାସିତ ହେଉଛି ୨୪.୨୫ ମିଟର ଉଚ୍ଚର ବନ୍ୟା ଜଳ । କଟକ ଯୋବ୍ରାରେ ମହାନଦୀର ବନ୍ୟା ଜଳ ବିପଦ ସଙ୍କେତ ପାଖାପାଖି ରହିଛି । ଯୋବ୍ରାରେ ବିପଦ ସଂକେତ ୨୧.୯୪ ମିଟର ରହିଥିବା ବେଳେ ଜଳସ୍ତର ୨୧.୯୦ ମିଟର ରହିଛି । ୨୧.୭୫ ମିଟର ଉଚ୍ଚରେ ନିଷ୍କାସିତ ହେଉଛି ବନ୍ୟା ଜଳ । ଯୋବ୍ରା ଦେଇ ମହାନଦୀରେ ପ୍ରବେଶ କରୁଛି ୪ ଲକ୍ଷ ୮୯ ହଜାର ୫୦୩ କ୍ୟୁସେକ୍ ବନ୍ୟାଜଳ । 

ହୀରାକୁଦର ୪୬ ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ବାମ ପାଖର ୩୧ଟି ଓ ଡାହାଣ ପାଖର ୧୫ଟି ଗେଟ୍‌ ଖୋଲା ରହିଛି । ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ୬୨୭.୮୫ ଫୁଟ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ପ୍ରବେଶ କରୁଛି ୮ ଲକ୍ଷ ୨ ହଜାର ୫୯୮ ଘନଫୁଟ ଜଳ । ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ୭ ଲକ୍ଷ ୬୪ ହଜାର ୪୭୯ ଘନଫୁଟ ଜଳ ।

   Related Posts