Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

କଟକ ମୁଣ୍ଡଳୀରେ ପହଞ୍ଚିଲା ମହାନଦୀର ବନ୍ୟାଜଳ ; ୧୧ଜିଲ୍ଲାକୁ ଆର୍ଲଟ ଜାରି

29/08/2018 at 10:36 PM

କଟକ ମୁଣ୍ଡଳୀରେ ପହଞ୍ଚିଲା ମହାନଦୀର ବନ୍ୟା ଜଳ । ବର୍ତ୍ତମାନ ୯ଲକ୍ଷ ୩୧ ହଜାର କ୍ୟୁସେକ ବନ୍ୟାଜଳ ମୁଣ୍ଡଳୀକୁ ପ୍ରବେଶ କରିଛି । ହୀରାକୁଦ ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୪ଲକ୍ଷ ୫୮ ହଜାର ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୨୫ଟି ଗେଟରେ ନିଷ୍କାସିତ ହେଉଛି ବନ୍ୟାଜଳ । ଏବେ ଜଳଭଣ୍ଡାରର ଜଳସ୍ତର ୬୨୨.୬୨ ଫୁଟ୍ ରହିଛି । ଛତିଶଗଡରୁ ଆସୁଥିବା ବନ୍ୟା ଜଳ ପ୍ରବାହ ବଢ଼ିବାରେ ଲାଗିଛି। ତେଣୁ ଦରକାର ପଡିଲେ ଆହୁରି ଗେଟ ଖେ।ଲିପାରେ। ଏହାକୁ ଆଖି ଆଗରେ ରଖି ପ୍ରଶାସନିକ ଅଧିକାରୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସରକାରୀ କର୍ମଚାରୀଙ୍କୁ ଜିଲ୍ଲା ହେଡ କ୍ବାଟରରେ ଉପସ୍ଥିତ ରହିବା ସହ ୨୪ ଘଣ୍ଟା ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ଅଞ୍ଚଳରେ ବନ୍ୟା ପାଣି ପଶେ, ଦରକାର ପଡିଲେ ସେମାନଙ୍କୁ ତୁରନ୍ତ ଆଶୟ ସ୍ଥଳକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହୀରାକୁଦରୁ ଆସୁଥିବା ବନ୍ୟାଜଳକୁ ଦେଖି ୧୧ଜିଲ୍ଲାକୁ ଆର୍ଲଟ ଜାରି କରାଯାଇଥିବା ବେଳେ ପୁରୀ, ଜଗତସିଂହପୁର, ଯାଜପୁର ଏବଂ କେନ୍ଦ୍ରପଡାରେ ସ୍ବତନ୍ତ ପଦକ୍ଷେପ ନିଆଯାଇଛି। ଏହି ୪ଟି ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଆଖି ଆଗରେ ରଖି ଗୋଟିଏ ଲେଖାଁଏ ଏନଡିଆରଏଫ ଟିମ ଏବଂ ୨ଟି ଲେଖାଏଁ ଓଡ୍ରାଫ ଟିମ ମୁତୟନ କରଯାଇଛି। ଏହା ସହ ସମସ୍ତ ଆଶ୍ରୟ ସ୍ଥଳରେ ରନ୍ଧା ଖାଦ୍ୟ ଏବଂ ପିଇବା ପାଣି ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିପଦସଙ୍କୁଳ ଅବସ୍ଥାରେ ରହିଛି ନଦୀ ବନ୍ଧ । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ନଦୀ ନିକଟବର୍ତ୍ତୀ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି । ତେବେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସଜାଗ ରହିଛି ।

   Related Posts