ମହାନଦୀ ସମସ୍ୟା ସମାଧାନ ନେଇ ନୂଆ ଆଶା ଉଜ୍ଜୀବିତ

Published By : Prameya-News7 Bureau | December 13, 2018 IST

ଭୁବନେଶ୍ବର ୧୩|୧୨: ମହାନଦୀ ସମସ୍ୟା ସମାଧାନ ନେଇ ନୂଆ ଆଶା ଉଜ୍ଜୀବିତ ହୋଇଛି। ଛିତିଶଗଡ ସରକାର ଆସିବା ପରେ କଂଗ୍ରେସ ନେତା ଏବେ ସମାଧାନ ନେଇ ଓଡିଶାବାସୀଙ୍କୁ ଆଶ୍ବସନା ଦେଇଛନ୍ତି । ଏପଟେ ବିଜେଡି ଓ ବିଜେପି ଛତିଶଗଡ ନୂଆ ସରକାରଠାରୁ ସେହି ଆଶା କରିଛନ୍ତି । ହେଲେ ଛତିଶଗଡ ସରକାର ଗଢ଼ିବାକୁ ନବ ନିର୍ବାଚିତ ହୋଇଥିବା କଂଗ୍ରେସ ନେତା ଛତିଶଗଡକୁ ପ୍ରାଥମିକତା​‌ ଦିଆଯିବ ବୋଲି କହିଛିନ୍ତି। ଯାହା ହେବେ ଓଡିଶା ନେତାଙ୍କ ଆଶା ପୂରଣ ହେବା ନେଇ ପ୍ରଶ୍ନ ଉଠାଇଛି ।

ରମଣ ସିଂହ ଗଲେ । କଣ ଏଥର ମହାନଦୀ ବାଦ ତୁଟିବ କି ? ସମାଧାନ ହେବ କି ମହାନଦୀ ସମସ୍ୟା।ବାହାରିବ କି ସମାଧାନର ସୂତ୍ର । ପିସିସି ସଭପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ବହୁମତ ପାଉପାଉ ମହାନଦୀ ସମସ୍ୟାର ସମଧାନ ହେବ ବୋଲି ଆଶ୍ବାସନା ଦେଇଛନ୍ତି । ଏପଟେ ବି​‌ଜେଡି ବି ଆଶା ରଖିଛି । ଛତିଶଗଡର ନୂଆ ସରକାର ଆଲୋଚନା​‌ ପାଇଁ ବାଟ ଫିଟାଇବ । ଯଦି କଂଗ୍ରେସ ସରକାର ନଶୁଣନ୍ତି ତାହେଲେ ପୂର୍ବ ପରି ଆନ୍ଦୋଳନ କରିବ ବିଜେଡି । କିନ୍ତୁ ରାଜ୍ୟ ବିଜେପି ଓଲଟା କହିଛି ବଲ ତ ଓଡ଼ିଶା କୋର୍ଟରେ। ଓଡ଼ିଶା ସରକାରଙ୍କ ଆନ୍ତରିକତା ନଥିବାରୁ ଛତିଶଗଡ଼ ସରକାର ପରିବର୍ତ୍ତନ ହେଲେ ନହେଲେ କିଛି ଫରକ ପଡ଼ିବନି। 

{"id":63063}

ପିସିସି ସଭାପତିଙ୍କ ଆଶା ଧୂଳିସାତ ହେବା ଭଳି ଲାଗୁଛି । କାରଣ ନବନିର୍ବାଚିତ କଂଗ୍ରେସ ନେତାଙ୍କ ବୟାନ ନିରାଶ କରିଛି । ଛତିଶଗଡ କଂଗ୍ରେସ ନେତା ଟି ଏସ ସିଙ୍ଗଦେଓ କହିଛନ୍ତି । ମହାନଦୀ ସମସ୍ୟା ସମାଧାନ ବେଳେ ପ୍ରଥମେ ଛତିଶଗଡ ସ୍ବାର୍ଥକୁ ଗୁରୁତ୍ବ ଦିଆଯିବ। ତାପରେ ଯାହା ହେବ । ତେଣୁ ଓଡିଶା ଶୁଖି କି ଧୋଇଯାଉ ଛିତିଶଗଡ ନେତାଙ୍କର  ଯାଏ ଆାସେ କିଛ ନାହିଁ। ଏଥିରୁ ସ୍ପଷ୍ଟ ବାରି ହୋଇପାଡୁଛି ସମାଧାନର ବାଟ କୁଆଡେ।

କଂଗ୍ରେସ ମୁଣ୍ଡିଆଳ ଛତିଶଗଡ ସରକାରଙ୍କ ଶପଥ ପାଠ ଉତ୍ସବରେ ଯୋଗଦେଇ ମହାନଦୀ ସମସ୍ୟାର ସମାଧାନର ପାଇଁ ପ୍ରସ୍ତାବ ଦେବେ । କିଭଳି ଓଡିଶା ସ୍ବାର୍ଥ ରଖାଯାଇ ପାରିବ ସେନେଇ ଛତିଶଗଡ କଂଗ୍ରେସ ସରକାରଙ୍କୁ ଅବଗତ କରିବେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.