Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ମହାନଦୀର ଜଳଧାରଣ କ୍ଷମତା ବୃଦ୍ଧି ଲାଗି ଆରମ୍ଭ ହୋଇଥିବା ଖନନ କାର୍ଯ୍ୟରେ ମନ୍ଥରତା

17/09/2019 at 6:35 PM

କଟକ୧୭|୯; ମହାନଦୀର ଜଳଧାରଣା କ୍ଷମତାକୁ ବଢାଇବା ଲାଗି ଯେଉଁ ପରିକଳ୍ପନା ହୋଇଛି, ତାହା ବାଧାପ୍ରାପ୍ତ ହେବାର ଆଶଙ୍କା ମଧ୍ୟ ଦେଖାଦେଇଛି । କାରଣ ଚଳିତ ବର୍ଷ  ଲଗାତର ବର୍ଷା  ଜାରି ରହିଛି  ଏବଂ ନଦୀରେ ପାଣି ମଧ୍ୟ ଭରା । ସେପଟେ ଗତ ଗ୍ରୀଷ୍ମରୂତୁରେ ନଦୀ ଖନନ କାର୍ଯ୍ୟ କେତେକାଂଶରେ ଆଗେଇ ଯାଇଥିଲା, କିନ୍ତୁ ଏବେ ସେହି କାର୍ଯ୍ୟ ଯେମିତି ଧୀମେଇ ଯାଇଛି ।  

ଭାଦ୍ରବ ଯାଇ ଆଶ୍ବୀନ ହେଲାଣି । ଆଉ  ମହାନଦୀକୁ ଦେଖିଲେ ଲାଗୁଛି , ସତେ ଯେମିତି ନଦୀରେ ପୁରା ଭରା ପାଣି । କିନ୍ତୁ ମହାନଦୀ ଉପରେ ନିର୍ଭର କରୁଥିବା ଧୀବର ମାନେ କୁହନ୍ତିଯେ. ନଦୀ ପୁରିଲା ଭଳି ଦେଖାଯାଉଥିଲେ ବି ନଦୀର ଅଧିକାଂଶ ଭାଗରେ କେବଳ ବାଲି ଭର୍ତ୍ତି ହୋଇ ରହିଛି । ଏହି ବାଲିକୁ  ବାହାର  କରିବା ନିହାତି ଜରୁରୀ  ବୋଲି ଧୀବର ଏବଂ ବିଶେଷଜ୍ଞଙ୍କ  ମତ । ନଚେତ ଭବିଷ୍ୟତରେ ନହାନଦୀର ଚିତ୍ର ବଦଳିଯିବାଟା ନିଶ୍ଚିତ । ତେବେ ମହାନଦୀର ଜଳଧାରଣା ଶକ୍ତି ବଢାଇବା ଲାଗି ଗତ ମାର୍ଚ୍ଚରୁ ନଦୀ ଶଯ୍ୟା ଖନନ କାମ ଆରମ୍ଭ ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ  ଯୋବ୍ରା ବ୍ୟାରେଜ ଠାରୁ ଏହି କାମ ଆରମ୍ଭ  ହୋଇଥିଲେ ବି  ବର୍ତ୍ତମାନ ସୁଦ୍ଧା କାମ ଯେତିକି ଆଗେଇବା କଥା ତାହା ହୋଇପାରିନାହିଁ । ଚଳିତ ବର୍ଷ ଲଗାଣ ବର୍ଷା ଯୋଗୁଁ  ନଦୀ ଶଯ୍ୟା ଖନନରେ ବାଧା ସୃଷ୍ଟି କରିଛି ।

 କଟକ ହାଡିଆ ପଠାରୁ ପାରାଦ୍ବୀପ ସ୍ଥିତ ଆଇ ଓ ସି ଏଲ ତୈଳବିଶୋଧନାଗାରକୁ ମହାନଦୀର  ପାଣି ଯାଉଛି । ତେବେ ମହାନଦୀ ପାଣି ନେବା ଲାଗି କିଛି ସର୍ତ୍ତ ଆଧାରରେ ଆଇ ଓ ସି ଏଲକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ସର୍ତ୍ତ ଭିତ୍ତିରେ ମହାନଦୀର ଶଯ୍ୟା ଖନନ ଖନନ ଲାଗି  ଚେନ୍ନାଇ ଆଇ ଆଇ ଟି ବିଶେଷଜ୍ଞଙ୍କ ଦ୍ୱାରା ଡି ପି ଆର ପ୍ରସ୍ତୁତ ହୋଇଥିଲା । ତାହାକୁ  କାର୍ଯ୍ୟକାରୀ କରୁଛନ୍ତି ଡ୍ରେନଜ ଡିପାର୍ଟମେଣ୍ଟ ।  କିନ୍ତୁ ଗତ ଗ୍ରୀଷ୍ଣରୂତୁରେ ଯେତିକି ପରିମାଣର କାମ ହୋଇଥିଲା, ଏବେ ସେହି ଅନୁସାରେ କାର୍ଯ୍ୟ ହୋଇପାରୁନାହିଁ । ତେବେ  ସେଥିଲାଗି ଉନ୍ନତ ମାନର ଡ୍ରୋଜର ମଗାଯାଇଛି, ସେସବୁ ଖୁବଶୀଘ୍ର ଆସିବ ବୋଲି ଆଶା ।

ମହାନଦୀ ଗର୍ଭରୁ ବାହାରୁ ଥିବା ବାଲି ସବୁକୁ ଏବେ ରିଙ୍ଗବନ୍ଧ କଡରେ ଢଳା ଯାଉଛି । କିନ୍ତୁ ଭବିଷ୍ୟତରେ ସେହି ବାଲି କେଉଁ କାର୍ଯ୍ୟରେ ଲାଗିବ ସେ ନେଇ ବିଭାଗୀୟ ଅଧିକାରୀ ମାନେ କିଛି କହିନାହାଁନ୍ତି ।

   Related Posts