Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଆଜି ସରିବ ବିଜେଡିର ମହାନଦୀ ସୁରକ୍ଷା ଅଭିଯାନ

25/05/2018 at 4:51 AM

ଆଜି ସରିବ ବିଜେଡିର ମହାନଦୀ ସୁରକ୍ଷା ଅଭିଯାନ । ଝାରସୁଗୁଡ଼ାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ପାରାଦୀପରେ ସରିବ । ମୂଳ ପକାଇଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରାଦୀପରେ ମୁଣ୍ଡି ମାରିବେ । ପଶ୍ଚିମ ଓଡ଼ିଶାରୁ ଆରମ୍ଭ ହୋଇଥିବା ମହାନଦୀ ସୁରକ୍ଷା ଯାତ୍ରା, ଆଜି ଉପକୂଳ ଓଡ଼ିଶାରେ ଉଦଯାପିତ ହେବ । ଯେଉଁଠି ବିଜେଡି ଏକ ରକମ ଶକ୍ତି ପ୍ରଦର୍ଶନ କରିବ । ଏଥିପାଇଁ ପାରାଦୀପ ସମୁଦ୍ର ବେଲାଭୂମିରେ ବିଜୁ ମଇଦାନରେ ବିଶାଳ ସମାବେଶ ହେବ । ଯେଉଁଥିରେ ପ୍ରାୟ ଏକ ଲକ୍ଷ ଲୋକ ସମାବେଶ ହେବାର କାର୍ଯ୍ୟକ୍ରମ ରହିଛି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ୧୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୫୦ରୁ ଅଧିକ ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରୁଛନ୍ତି । ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ମାନେ ବିଭିନ୍ନ ବ୍ୟବସ୍ଥାର ତଦାରଖ କରୁଛନ୍ତି । ମୁଖ୍ୟମନ୍ତ୍ରୀ ୧୧ ଟା ବେଳେ ପାରାଦୀପ ମେରାଇନ ଡ୍ରାଇଭ ଷଣ୍ଢକୁଦରେ ହେଲିକପ୍ଟର ଯୋଗେ ଅବତରଣ କରିବେ । ଏହା ପରେ ମହାନଦୀ ସୁରକ୍ଷା ସମାବେଶରେ ଯୋଗ ଦେଇ ସାଧାରଣ ଲୋକଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

Leave a Reply

   Related Posts