Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଆଜି ମଣ୍ଡପରେ ମହାମୟାଙ୍କ ମହାନବମୀ, ଚଳଚଞ୍ଚଳ ପୂଜା ମଣ୍ଡପ

14/10/2021 at 7:57 AM

ଭୁବନେଶ୍ୱର ୧୪।୧୦: ଆଜି ମଣ୍ଡପରେ ମହାମୟାଙ୍କ ମହାନବମୀ । ଚଳଚଞ୍ଚଳ ପୂଜା ମଣ୍ଡପ । ମନ୍ତ୍ର ପାଠରେ କମ୍ପୁଛି ପରିବେଶ । କରୋନା କଟକଣା ପାଇଁ ଏଥର ସମସ୍ତ ପୂଜା ମଣ୍ଡପରେ ଭକ୍ତଶୂନ୍ୟ ହୋଇ ପଡିଛି । କରୋନା କଟକଣା ଯୋଗୁ ଏଥର ସେଭଳି ଉତ୍ସାହ ନାହିଁ। ମଣ୍ଡପରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା କରାଯାଇ ଥିବାରୁ ଫେସ୍ ବୁକ୍, ୟୁଟ୍ୟୁବ୍ ମାଧ୍ୟମରେ ବିଭିନ୍ନ ପୂଜା କମିଟି ପୂଜାର ଲାଇଭ୍ ବ୍ୟବସ୍ଥା କରିଛନ୍ତି। ସାଧାରଣ ଭକ୍ତଙ୍କୁ ମଣ୍ଡପକୁ ବାରଣ ଥିବାରୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସହ ମଣ୍ଡପ ପାର୍ଶ୍ୱ ଗୁଡ଼ିକ ଆବଦ୍ଧ କରି ଦିଆଯାଇଛି।

ସେହିପରି ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ମହାମାୟାଙ୍କ ଚାଲିଛି ନବମୀ ପୂଜା । ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ । ପୂଜା ଚାଲିଛି କିନ୍ତୁ ଭକ୍ତଙ୍କ ଦେଖାନାହିଁ । କାରଣ କରୋନା କଟଣା ପାଇଁ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗିଛି । କରୋନା କଟକଣା ପାଇଁ ପୂର୍ବଭଳି ସାଜସଜ୍ଜା ଜାକଜମକ ନାହିଁ କି ନାହିଁ ଗହଳି ଚହଳି । ଷ୍ଟେସନ ବଜାର, ସହିଦ ନଗର, ନୟାପଲ୍ଲୀ ପୂଜା ମଣ୍ଡପରୁ ମାଆଙ୍କ ପୂଜାକୁ ସୋସିଆଲ ମିଡିଆରେ ଲାଇଭ୍ କରୁଛନ୍ତି ବିଭିନ୍ନ ପୂଜା କମିଟି ।

ସେପଟେ କଟକର ଶକ୍ତିପୀଠ ଗୁଡ଼ିକରେ ମହାମାୟାଙ୍କ ପୂଜା ଚାଲିଛି । କରୋନା କଟକଣା ଭିତରେ କେବଳ ପରମ୍ପରା ରକ୍ଷା ପାଇଁ ପୂଜାବିଦ୍ଧି କରାଯାଉଛି। କଟକ ସହରରେ ଶାରଦୀୟ ଦୁର୍ଗାପୂଜା ନିରାଡ଼ମ୍ବର ଭାବେ ପାଳନ କରାଯାଉଛି। କରୋନା ସଂକ୍ରମଣ ଭୟଥିବାରୁ କୋଭିଡ୍‍ କଟକଣା ମଧ୍ୟରେ ଉଭୟ ପୂଜାମଣ୍ଡପ ଓ ଶକ୍ତିପୀଠଗୁଡ଼ିକରେ ପୂଜା ଅନୁଷ୍ଠିତ ହେଉଛି। ପୂଜା ମଣ୍ଡପଗୁଡ଼ିକରେ ପରଦା ଟଙ୍ଗାଯାଇଛି। ଭିତରେ ପୂଜାର୍ଚ୍ଚନା ଚାଲୁ ରହିଛି। ଚଳିତ ବର୍ଷ କଟକରେ ୧୫୫ଟି ମଣ୍ଡପରେ ୪ଫୁଟର ମୂର୍ତ୍ତି ପୂଜା ପାଉଛନ୍ତି।

   Related Posts