ମହାମେଣ୍ଟର ମହା ଫର୍ମୁଲା : 9pm Discussion on 4th Jan 2019
4/01/2019 at 11:28 PM

ନିର୍ବାଚନ ପାଖେଇ ଆସୁଥିବା ବେଳେ ଚର୍ଚ୍ଚା ଆରମ୍ଭ ହୋଇ ସାରିଛି । ରାଜନୈତିକ ସମୀକ୍ଷକମାନେ ଯେଭଳି ଭାବେ ଆକଳନ କରୁଛନ୍ତି । ଗୋଟେ ଗୋଟେ କଥା ଏମିତି ଆସୁଛି ନେତା ମାନଙ୍କର ଯେଭଳି ପ୍ରତିକ୍ରୀୟା ସାମ୍ନାକୁ ଆସୁଛି । ଏହାକୁ ନେଇ ବହୁତ ବଡ଼ ବଡ଼ ଚର୍ଚ୍ଚା ଆରମ୍ଭ ହୋଇସାରିଛି । ବର୍ତ୍ତମାନ ଏହି ଚର୍ଚ୍ଚା ସାମ୍ନାକୁ ଆସିଛି ଖାରବେଳ ସ୍ୱାଇଁ ଏଭଳି ଗୋଟେ କଥା କହିଛନ୍ତି ଯେ, ପରଦା ପଛରେ ଗୋଟେ ମାନସ ମନ୍ଥନ ଚାଲିଛି ଗୋଟେ ମହାମେଣ୍ଟ । ଯେଭଳି ଭାବେ ସରକାର ରହିଛନ୍ତି ବିଜେଡି, ତାହା ବିରୋଧରେ କାମ କରିବା ଆରମ୍ଭ ହୋଇଛି । କିନ୍ତୁ ଏହି ଚର୍ଚ୍ଚା ମହାମେଣ୍ଟରେ ନବୀନ ସରକାର ବିଜୟ ରଥରେ ବ୍ରେକ ଲଗେଇବ କି ? ନବୀନଙ୍କୁ ଗାଦିରୁ ହଟେଇବ କି ? ଏବଂ ଓଡ଼ିଶାର ରାଜନୀତିର ପଶା ପଲଟେଇବ କି ?