Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ରାଜନୈତିକ ଷଡଯନ୍ତ୍ର କହି ବାଟ ଭାଙ୍ଗିଲେ ମହାଲିଙ୍ଗ୍ କଲେଜ କର୍ତ୍ତୃପକ୍ଷ, ପୂର୍ବତନ ସଭାପତିଙ୍କୁ ଦେଲେ ଠିକାଦାର ଆଖ୍ୟା

25/10/2021 at 5:22 PM

କଳାହାଣ୍ଡି ୨୫।୧୦: କଳାହାଣ୍ଡ ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା ସାରା ରାଜ୍ୟରେ ଚହଳ ପକାଇଛି । ଏହି ସମୟରେ ମହାଲିଙ୍ଗ୍ କଲେଜ କର୍ତ୍ତୃପକ୍ଷ ମୁହଁ ଖୋଲିଛନ୍ତି । କଲେଜକୁ ବଦନାମ ପଛରେ ରାଜନୈତିକ ଷଡଯନ୍ତ୍ର ଥିବା ଅଭିଯୋଗ କଲେଜ ସମ୍ପାଦକ କିରଣ କୁମାର ସିଂଦେଓ । ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏଭଳି ଅଭିଯୋଗ ଆଣିଛନ୍ତି । କଲେଜ ରେ ସେକ୍ସ ସ୍କାଣ୍ଡଲ ଚାଲିଥିବା ଘଟଣାକୁ ସେ ଖଣ୍ଡନ କରିଛନ୍ତି ।କଲେଜରେ ସେକ୍ସ ସ୍କାଣ୍ଡଲ ଚାଲିଥିବା ନେଇ କୌଣସି ପ୍ରମାଣ ନଥିବା ସେ କହିଛନ୍ତି । ହଷ୍ଟେଲର ୨୦ ନମ୍ବର ରୁମ୍ ବିଷୟରେ ସେ କିଛି ଜାଣିନଥିବା କହିଛନ୍ତି ।

କଲେଜର ପୁନଃଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ ହୋଇଛି । କୌଣସି ଗୋବିନ୍ଦ ସାହୁର ଏ କଲେଜ ନୁହେଁ ବୋଲି ସେ କହିଛନ୍ତି । ଯାହା ଘଟଣା ଘଟିଛି ସ୍କୁଲରେ ଘଟିଛି, ସ୍କୁଲ ଷ୍ଟାଫ୍ ଙ୍କୁ ନେଇ ଘଟିଛି । କଲେଜ ସହ ତାର କୌଣସି ସମ୍ପର୍କ ନାହିଁ । ଅଜଥାରେ ଗୁପ୍ତ କୋଠରୀ, ରଙ୍ଗମହଲ, ଗେଷ୍ଟ ହାଉସ୍ ନାଁରେ ଯେଉଁ ବଦନାମ କରାଯାଉଛି ତାହା ଭିତ୍ତିହୀନ । ଗୋବିନ୍ଦ ସାହୁ କେବଳ କଲେଜ ଠିକା କାମ ସମ୍ପାଦନା କରୁଥିଲେ ।

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କଲେଜକୁ ନିଜ ସମର୍ଥକଙ୍କ ସହ ଆସିଥାନ୍ତି । ଏକା ଆସୁଥିବା ଓ ରହୁଥିବା ଅଭିଯୋଗକୁ ସେ ଭିତ୍ତିହୀନ ବୋଲି କହିଛନ୍ତି । ରାଜନୈତିକ ଫାଇଦା ପାଇଁ ମନ୍ତ୍ରୀଙ୍କୁ ବିରୋଧ ସହ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାକୁ ହୀନ ଚକ୍ରାନ୍ତ ବନ୍ଦ ପାଇଁ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି କଲେଜ କର୍ତ୍ତୃପକ୍ଷ ।

   Related Posts