ମହାକାଳପଡ଼ାରେ ଆଜି ବିଧାୟକ ଅତନୁ ସବ୍ୟସାଚୀ ନାୟକ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି

Published By : Prameya-News7 Bureau | September 07, 2018 IST

କେନ୍ଦ୍ରାପଡା ୭/୯ : ବର୍ଷ। କମିଛି ମାତ୍ର ବର୍ଷ। ବିପନ୍ନଙ୍କ ଦୁର୍ଦ୍ଧଶା ବଢିଛି । ବର୍ଷ।ଜଳ ନିଷ୍କାସନ ହୋଇପାରି ନାହିଁ ଜଳସ୍ତର କମିଥିଲେ ମଧ୍ୟ ବର୍ଷ। ଦେଇଯାଇଛି ଦୁଖ | ହଜାର ହଜାର ଚାଳଘର ପାଣିରେ ବୁଡି ରହିଛି ତ ଶହ ଶହ ଚାଳ ଘର ଭାଙ୍ଗି ଯାଇଛି । ବିପନ୍ନ ଲୋକମାନେ ବନ୍ଧ ଉପରେ ତ ସ୍କୁଲୁ ଘରେ ବାତ୍ୟାଆଶ୍ରୟ ସ୍ଥଳରେ ଆଶ୍ରୟ ନେଇଛନ୍ତି । ଖାଦ୍ୟ ପାନୀୟ ଜଳ, ଠାରୁ ଆରମ୍ଭ କରି ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡୁଛି ବର୍ଷ। ବିପନ୍ନ ପରିବାରଙ୍କୁ । ରାସ୍ତା ଘାଟ ସବୁ ବୁଡିଯାଇଛି ପାଣିରେ । ଗୋରୁ ଗାଇ ଠାରୁ ଆରମ୍ଭ କରି ଶିଶୁମାନେ ମଧ୍ୟ ବର୍ଷ। ବିପଦର ପଡିଛନ୍ତି । ଆଜି ମହାକାଳପଡା ଅଂଚଳ ବିଧାୟକ ଅତନୁ ସବ୍ୟସାଚି ନାୟକ ବର୍ଷ।ରେ କ୍ଷତିଗ୍ରସ୍ଥ ପରିବାର ଓ ଚାଷିଙ୍କୁ ଭେଟି ସମବେଦନା ଜଣାବା ସହିତ ବିପନ୍ନଙ୍କୁ କିଭଳି ଥଇଥାନ କରାଯିବ ଓ ଖାଦ୍ୟପାନୀୟ ଯୋଗଇ ଯୋଗାଇ ଦିଆଯିବ ସେ ନେଇ ସରପଂଚଙ୍କୁ ପରାମର୍ଶ ଦେଇଛନ୍ତି । ବର୍ଷ।ରେ ବ୍ୟାପକ କ୍ଷତି ହୋଇଥିବା ଚାଷିମାନଙ୍କ ସହିତ ଆଲୋଚନା କରିବା ସହିତ ବର୍ଷ।ଜଳ ନିଷ୍କାସନ କରିବା ପାଇଁ ବିଭାଗିୟ ଅଧିକାରିଙ୍କୁ ପରାମର୍ଶ ଦେଇଛନ୍ତି । ଜଳ ନିଷ୍କାସନ ପାଇଁ ସ୍ଥାୟୀ ସମାଧାନ କିପିରି କରାଯିବ ସେ ନେଇ ଆଲୋଚନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.