Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ଉଜ୍ଜୈନରେ ସୋମବାର ନଟରାଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାକାଳ

19/07/2020 at 9:00 PM

ଉଜ୍ଜୈନ ୧୯।୭:  ପବିତ୍ର ଶ୍ରାବଣ ସୋମବାର ମଧ୍ୟପ୍ରଦେଶ ଉଜ୍ଜୈନର ମହାକାଳେଶ୍ୱର ମନ୍ଦିରର ଆରାଧ୍ୟ ଦେବତା ମହାକାଳେଶ୍ୱର ଭକ୍ତଙ୍କୁ ନଟରାଜ ବେଶରେ ଦର୍ଶନ ଦେବେ। ମହାକାଳେଶ୍ୱରଙ୍କ ଏହି ବେଶ ଶିବ ତାଣ୍ଡବର ଅଂଶବିଶେଷ। ଶ୍ରାବଣ ମାସ ସୋମବାରକୁ ସାଙ୍ଗକୁ ସୋମବତୀ ଅମାବସ୍ୟାର ସଂଯୋଗ ମହାକାଳେଶ୍ୱରଙ୍କୁ ନଟରାଜ ବେଶ କରାଯାଇଥାଏ।

ଏହି ଅବସରରେ ମହାକାଳେଶ୍ୱରଙ୍କ ୩ଟି ପାଲିଙ୍କି ବାହାରିବ। ଏଥିରେ ଗୋଟିକରେ ମନମୋନ, ଆଉ ଗୋଟିକରେ ଚନ୍ଦ୍ରମୌଳୀ ଓ ତୃତୀୟ ପାଲିଙ୍କିରେ ନଟରାଜ ବେଶରେ  ମହାକାଳେଶ୍ୱର ନଗର ପରିକ୍ରମା କରିବେ। ଚଳିତବର୍ଷ କରୋନା ମହାମାରୀ ଯୋଗୁ ମନ୍ଦିରର କାର୍ଯ୍ୟକ୍ରମରେ ବାହାର ରାଜ୍ୟର ଲୋକଙ୍କୁ ସାମିଲ କରାଯାଉନି। ଏଣୁ ସେମାନେ ମହାକାଳେଶ୍ୱରଙ୍କ ପୂଜାର ଏହି ବିଶେଷ ଦର୍ଶନ ଅନଲାଇନରେ କରିପାରିବେ ବୋଲି ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି।

ମନ୍ଦିରର ସହାୟକ ପ୍ରଶାସକଙ୍କ ଅନୁସାର ସୋମବାର ମହାକାଳେଶ୍ୱରଙ୍କ ଏହି ଭବ୍ୟ ଯାତ୍ରା ଅପରାହ୍ଣ ୪ଟାରୁ ଆରମ୍ଭ ହେବ। ରାଜକୀୟ ଥାଟବାଟରେ ଠାକୁରଙ୍କ ପାଲିଙ୍କି ନଗର ବିଜେ କରିବେ। ଏହି ଅବସରରେ ପାଲିଙ୍କି ବଡ ଗଣେଶ, ହରସିଦ୍ଧି ଛକ, ଝାଲରିଆ ମଠ ହୋଇ ସିଦ୍ଧ ଆଶ୍ରମ ସମ୍ମୁଖ ସିପ୍ରା ରାଜଘାଟରେ ପହଞ୍ଚିବେ। ଏଠାରେ ସିପ୍ରା ନଦୀ ଜଳରେ ମହାକାଳଙ୍କ ଅଭିଷେକ କରାଯିବ। ପରେ ପୁଣି ସେହି ରାସ୍ତାରେ ପାଲିଙ୍କି ପୁଣି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ପ୍ରଶାସକ କହିଛନ୍ତି।

ଚଳିତବର୍ଷ ଶ୍ରାବଣ ମାସ ଶିବ ଭକ୍ତଙ୍କ ଅଭିଷ୍ଟ ସିଦ୍ଧି ଲାଗି ପ୍ରଶସ୍ତ ଯୋଗ ସୃଷ୍ଟି କରିଛି। ଶ୍ରାବଣର ଶେଷ ସୋମବାର ଅର୍ଥାତ ଜୁଲାଇ ୨୭ ତାରିଖ ସପ୍ତମୀ ଯୁକ୍ତ ଅଷ୍ଟମୀ ତିଥି ରହୁଛି। ଏହା ସହ ଚିତ୍ରା ନକ୍ଷତ୍ର ଓ ସାଧ୍ୟା ଯୋଗ କାରଣରୁ ଭକ୍ତଙ୍କୁ ସଂକଟରୁ ମୁକ୍ତି ସାଙ୍ଗକୁ ଅଭିଷ୍ଟ ସିଦ୍ଧି ନିମନ୍ତେ ସହାୟକ ହେବ। ସେହିପରି ୩ ଅଗଷ୍ଟ ରକ୍ଷା ବନ୍ଧନ ମଧ୍ୟ ଅତ୍ୟନ୍ତ ଶୁଭ ଫଲଦାୟୀ ମନେ କରାଯାଉଛି। ଏହି ଦିନ ଶ୍ରବଣା ନକ୍ଷତ୍ରରେ ପୂର୍ଣ୍ଣିମା ହେଉଥିବାରୁ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଲେ ଭାଇ ଓ ଭଉଣୀ ଉଭୟଙ୍କ ଲାଗି ସୁଖସମୃଦ୍ଧି କାରକ ହେବା ସହ ଦୀର୍ଘାୟୁର ବରଦାନ ମଧ୍ୟ ହେବ।  

   Related Posts