କେଉଁଠାରେ କେତେବେଳେ ଉଠିବ ମହାଦୀପ- ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଶୈବ ପୀଠ

Published By : Prameya-News7 Bureau | February 21, 2020 IST

ଭୁବନେଶ୍ୱର ୨୧।୦୨-ପବିତ୍ର ମହା ଶିବରାତ୍ରି । ଚଳଚଞ୍ଚଳ ରାଜ୍ୟର ବିଭିନ୍ନ  ଶୈବପୀଠ । ବଡିଭୋରରୁ ଶ୍ରଦ୍ଧାଳୁ ମାନେ ବିଭିନ୍ନ ଶୈବପୀଠକୁ ଯାଇ ମହାଦେବଙ୍କୁ ଦର୍ଶନ କରୁଛନ୍ତି । ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ମଧ୍ୟ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଛି । ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟା ପରେ ମହାଦୀପ ଉଠିବ ବୋଲି ସମୟ ଧାର୍ଯ୍ୟ ହୋଇଛି । ସେହିପରି ରାଜ୍ୟର ପ୍ରମୁଖ ଶୈବପୀଠ ଲୋକନାଥ,ଧବଳେଶ୍ବର ଆରଡି ଆଦି ସ୍ଥାନରେ ଭକ୍ତଙ୍କ ଗହଳି ଲାଗିଛି …..

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଶୈବ ପୀଠ । ଏକାମ୍ରକ୍ଷେତ୍ରର ଅଧିଷ୍ଠାତା ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗରଯାତ୍ରାରେ ସାମିଲ ହୋଇଛନ୍ତି ହଜାରହଜାର ଶ୍ରଦ୍ଧାଳୁ । ଲିଙ୍ଗରାଜ ମନ୍ଦିରକୁ ସୁନ୍ଦର ଭାବେ ଫୁଲ ଓ ରଙ୍ଗୀନ ଆଲୋକରେ ସଜାଯାଇଛି । ଲମ୍ବାଲାଇନ୍‌ରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ସମନ୍ବୟ ଯୋଗୁଁ ନୀତିକାନ୍ତି ଠିକ ଭାବେ ଛାଲିଛି ।  ସୁରକ୍ଷା ଦାୟୀତ୍ବରେ ୨୮ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ସିସିଟିଭି କ୍ୟାମେରା ଲଗାଯାଇଛଇ । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା ସହ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଭକ୍ତଙ୍କ ଲାଗି ଫାଇବର ସେଡ୍ ଲଗାଯାଇଛି । ହରିହର ଭେଟ ପରେ  ରାତି ୧୦ ଟାରେ ମହାଦୀପ ଉଠିବା ପରେ ସାହାଣମେଲା ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି ….

ସେହିପରି ରାଜ୍ୟର ଅନ୍ୟ ପ୍ରମୁଖ ଶୈବପୀଠ ପୁରୀର ଲୋକନାଥଙ୍କ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ମଙ୍ଗଳ ଆଳତୀ, ମଇଲମ ଓ ଅବକାଶ ପୂଜା ପରେ ଭୋର ପ୍ରାୟ ୪ ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ବିଳମ୍ବିତ ରାତିରେ ଶ୍ରୀମନ୍ଦିରରୁ ଜଗନ୍ନାଥଙ୍କ ପ୍ରତିନିଧି ଭାବେ ହରି ଓ ଶ୍ରୀଲୋକନାଥଙ୍କ ଭେଟ ପରେ  ମହାଦୀପ ଉଠିବାର ପରମ୍ପରା ରହିଛି । ଆଠଗଡର ପ୍ରଶିଦ୍ଧ ଶୈବପୀଠ ଧଵଳେଶ୍ବରରେ ଜାଗର ଯାତ୍ରା ପାଇଁ ଶ୍ରଦ୍ଧାଳୁ ମାନେ ଭିଡ ଲଗାଇଛନ୍ତି । ରାତି ଗୋଟାଏ ରେ ଏଠାରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଭଦ୍ରକ ଜିଲ୍ଲାର ଆରଡ଼ିସ୍ଥିତ ଆଖଣ୍ଡଳମଣୀଙ୍କ ପୀଠରେ ଆରମ୍ଭ ହୋଇଛି ଜାଗର ଯାତ୍ରା । ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ରାତି ୪.୩୦ରୁ ୫ଟା ମଧ୍ୟରେ  ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି । ଢେଙ୍କାନାଳ କପିଳାସ ସ୍ଥିତ ଚନ୍ଦ୍ରଶେଖରଜିଉଙ୍କ ପୀଠରେ ମଧ୍ୟ ଜାଗର ଯାତ୍ରା ପାଇଁ ହଜାରହଜାର ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି ।  ଏଠାରେ ବିଳମ୍ବିତ ରାତିରେ ମହାଦୀପ ଉଠିବା ପାଇଁ ବ୍ୟବସ୍ଥା ହୋଇଛି  । 

ସେପଟେ ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ଶୈବ ପୀଠ ରାଉରକେଲାର ବେଦବ୍ୟାସ ,ବାଲେଶ୍ବରର ପଞ୍ଚଲିଙ୍ଗେଶ୍ବର ସମେତ କୋରାପୁଟର ଗୁପ୍ତେଶ୍ବର ପୀଠରେ ଜାଗର ଯାତ୍ରାରେ ସାମିଲ ହୋଇଛନ୍ତି ହଜାରହଜାର ଶ୍ରଦ୍ଧାଳୁ । ବ୍ୟୁରୋ ରିପୋର୍ଟ ନ୍ୟୁଜ୍‌ ସେଭେନ୍‌ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.