Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଦାନବୀର କର୍ଣ୍ଣ, ଜୀବନର ଶେଷ ସମୟରେ ମଧ୍ୟ ଦାନ କରିବାକୁ ପଛାଇ ନଥିଲେ : କାହିଁକି କର୍ଣ୍ଣଙ୍କ ଅନ୍ତିମ ସଂସ୍କାର କରିଥିଲେ ଶ୍ରୀକୃଷ୍ଣ ?

27/05/2020 at 5:28 PM

ଭୁବନେଶ୍ୱର ୨୭/୦୫ : ମହାଭାରତ ଯୁଦ୍ଧ କୋୖରବ ଓ ପାଣ୍ଡବଙ୍କ ମଧ୍ୟରେ ହୋଇଥିଲା | ଏହି ଯୁଦ୍ଧ ଧର୍ମ ଓ ଅଧର୍ମ ମଧ୍ୟରେ ହୋଇଥିଲା | ଧର୍ମର ପୁନଃ ପ୍ରତିଷ୍ଠା ପାଇଁ ମହାଭାରତ ଯୁଦ୍ଧ ହୋଇଥିବା ଉଲ୍ଲେଖ ରହିଛି | ଏହି ଯୁଦ୍ଧରେ ଅନେକ ମହାରଥୀ ଯୋଗ ଦେଇଥିଲେ | ମହାରଥୀମାନଙ୍କ ମଧ୍ୟରୁ ଜଣେ ହେଲେ କର୍ଣ୍ଣ ଯାହାକୁ ସାରା ଦୁନିଆ ଦାନବୀର କର୍ଣ୍ଣ ଭାବେ ଜାଣିଛି | କିନ୍ତୁ ମହାଭାରତ ଯୁଦ୍ଧରେ କର୍ଣ୍ଣ ଅଧର୍ମ ସପକ୍ଷରେ ରହି ଯୁଦ୍ଧ କରିଥିଲେ କାରଣ ସେ ଦୁର୍ଯ୍ୟୋଧନଙ୍କ ପାଇଁ ପ୍ରତିଶୃତିବଦ୍ଧ ଥିଲେ | କିନ୍ତୁ ତାଙ୍କ ଦାନ ପାଇଁ ସେ ଦାନବୀର ଭାବେ ସର୍ବଦା ଲୋକଙ୍କ ମନରେ ରହିଗଲେ |

ଭଗବାନ ଶ୍ରୀକୃଷ୍ଣ ମଧ୍ୟ କର୍ଣ୍ଣଙ୍କୁ ସବୁଠାରୁ ବଡ ଦାନବୀର ବୋଲି କହିଥିଲେ | ଯୁଦ୍ଧରେ ଅର୍ଜୁନଙ୍କ ପ୍ରହାରରେ କର୍ଣ୍ଣ ଆଘାତ ହେବାପରେ ଶ୍ରୀକୃଷ୍ଣ କହିଥିଲେ ବୀରତ୍ୱ ଏବଂ ଦାନୀ ଭାବେ କର୍ଣ୍ଣଙ୍କୁ ସବୁବେଳେ ସ୍ମରଣୀୟ ରହିବେ | ଏହା ଶୁଣି ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ପଚାରିଲେ କର୍ଣ୍ଣ କିପରି ସବୁଠାରୁ ବଡ ଦାନବୀର ହେଲେ ?

ଶ୍ରୀକୃଷ୍ଣ ନିଜ କଥା ପ୍ରମାଣ କରିଥିଲେ | ଶ୍ରୀକୃଷ୍ଣଙ୍କ କାରଣରୁ ହିଁ କର୍ଣ୍ଣଙ୍କୁ ନିଜ କବଚ କୁଣ୍ଡଳ ଭଗବାନ ଇନ୍ଦ୍ରଦେବଙ୍କୁ ଦାନ କରିବାକୁ ପଡିଥିଲା | ଶ୍ରୀକୃଷ୍ଣ ନିଜେ ନିଜ ନୀତି ଅନୁଯାୟୀ ଇନ୍ଦ୍ରଙ୍କୁ କହିଥିଲେ ଯେ ସେ ବ୍ରାହ୍ମଣ ଭେଷରେ ଯାଇ କର୍ଣ୍ଣଙ୍କୁ ତାଙ୍କର କବଚ ଓ କୁଣ୍ଡଳ ମାଜିନିଅନ୍ତୁ | ଯଦି ଯୁଦ୍ଧ ଶେଷ ଯାଏଁ କର୍ଣ୍ଣଙ୍କ କବଚ ଓ କୁଣ୍ଡଳ ତାଙ୍କ ପାଖରେ ରହେ ତେବେ ତାଙ୍କୁ ପରାଜିତ କରିବା ଅସମ୍ଭବ | ଶ୍ରୀକୃଷ୍ଣଙ୍କ ପରାମର୍ଶ ଅନୁଯାୟୀ ଇନ୍ଦ୍ର ବ୍ରାହ୍ମଣ ଭେଷରେ ଯାଇ କର୍ଣ୍ଣଙ୍କୁ ତାଙ୍କ କବଚ କୁଣ୍ଡଳ ମାଗିଥିଲେ | କର୍ଣ୍ଣ ମଧ୍ୟ ଜାଣିଥିଲେ ଯେପର୍ଯ୍ୟନ୍ତ ତାଙ୍କ କବଚ କୁଣ୍ଡଳ ତାଙ୍କ ପାଖରେ ଅଛି କେହି ତାଙ୍କୁ ପରାସ୍ତ କରି ପାରିବେନି | ତଥାପି ସେ ଇନ୍ଦ୍ରଙ୍କୁ କବଚ କୁଣ୍ଡଳ ଦାନ କରିଦେଇଥିଲେ |

କୁହାଯାଏ ଯେ, କର୍ଣ୍ଣ ଯେତେବେଳେ ଅନ୍ତିମ ନିଶ୍ୱାସ ତ୍ୟାଗ କରିବାକୁ ଯାଉଥିଲେ ସେତେବେଳେ ଶ୍ରୀକୃଷ୍ଣ ପୁଣି କର୍ଣ୍ଣଙ୍କ ପରୀକ୍ଷା ନେଇଥିଲେ | ସେ କର୍ଣ୍ଣଙ୍କ ପାଖକୁ ଯାଇ କହିଲେ ତୁମେ ଜଣେ ଦାନବୀର ମୋତେ କିଛି ଦାନ କରିବ କି ? ସେତେବେଳେ କର୍ଣ୍ଣଙ୍କ ପାଖରେ କିଛି ନଥିଲା | ହଠାତ ତାଙ୍କୁ ମନେପଡ଼ିଲା ତାଙ୍କର ସୁନା ଦାନ୍ତ ଅଛି | ସେ ତୁରନ୍ତ ପାଖରେ ପଡିଥିବା ଏକ ପଥର ଆଣି ସେଥିରେ ନିଜ ଦାନ୍ତ ଭାଙ୍ଗିଦେଲେ ଏବଂ ଶ୍ରୀକୃଷ୍ଣଙ୍କୁ ଦାନ କରିଥିଲେ |

କର୍ଣ୍ଣଙ୍କ ଏହି ଭାବକୁ ଦେଖି ଶ୍ରୀକୃଷ୍ଣ ଅତ୍ୟନ୍ତ ପ୍ରସନ୍ନ ହୋଇ ତାଙ୍କୁ ଯେକୌଣସି ୩ଟି ବର ମାଗିବାକୁ କହିଥିଲେ | ସେ କହିଥିଲେ ସେ ଯେତେବେଳେ ଅନ୍ୟ ଜନ୍ମ ନେବେ ସେ ଶୁଦ୍ର ଜାତିର ଉଦ୍ଧାର କାର୍ଯ୍ୟ କରିବେ | ଦ୍ୱିତୀୟ ବର ଥିଲେ, ଶ୍ରୀକୃଷ୍ଣ ପରବର୍ତ୍ତୀ ଜନ୍ମ ସେଇଠି ନିଅନ୍ତୁ ଯେଉଁଠି କର୍ଣ୍ଣ ଥିବେ | ତୃତୀୟରେ କର୍ଣ୍ଣ ମାଗିଥିଲେ ତାଙ୍କର ଅନ୍ତିମ ସଂସ୍କାର ଶ୍ରୀକୃଷ୍ଣ ନିଜେ କରନ୍ତୁ ଏବଂ ଏମିତି ଜାଗାରେ କରନ୍ତୁ ଯେଉଁଠାରେ ଅଧର୍ମ ହୋଇନଥିବ | କର୍ଣ୍ଣଙ୍କ ମୃତ୍ୟୁ ପରେ ଶ୍ରୀକୃଷ୍ଣ ନିଜେ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ |

   Related Posts