ମହାଭାରତରୁ ମିଳିଥିବା ଶିକ୍ଷା ଅନୁଯାୟୀ ନିଜ କାମ ପାଇଁ କେବେ କାହା ଉପରେ ଅଧିକ ନିର୍ଭରଶୀଳ ହେବା ଅନୁଚିତ, ଜାଣନ୍ତୁ କଣ ହୋଇଥିଲା ମହାଭାରତରେ

Published By : Prameya-News7 Bureau | January 03, 2019 IST

ଭୁବନେଶ୍ୱର ୩/୧ : ମହାଭାରତ ଅନୁସାରେ କେବେ କାହା ଉପରେ ନିର୍ଭରଶୀଳ ହେବା ଉଚିତ ନୁହେଁ | ନିର୍ଭରଶୀଳ ହେବା ଦ୍ୱାରା ନିଜ ବୁଦ୍ଧି କାମ କରିନଥାଏ ଏବଂ ଆତ୍ମବିଶ୍ୱାସ ମଧ୍ୟ ଭାଙ୍ଗି ଯାଇଥାଏ | ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ବୁଦ୍ଧିରେ କିଛି ହେଲେ କାମ କରନ୍ତିନାହିଁ | ସବୁ କାମ ପାଇଁ ଅନ୍ୟ ଉପରେ ନିର୍ଭର କରିଥାନ୍ତି | ଯାହାଫଳରେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ଏବଂ ନିଜର କ୍ଷତି ମଧ୍ୟ ହୋଇଥାଏ | ମହାଭାରତରେ ଦୁର୍ଯ୍ୟୋଧନ ଏବଂ ମାମୁ ଶକୁନି ଏହାର ଜ୍ୱଳନ୍ତ ଉଦାହରଣ | ମହାଭାରତରେ ଏମିତି ଅନେକ କଥା ବା ତଥ୍ୟ ରହିଛି ଯାହା ମନୁଷ୍ୟ ଜୀବନରେ ଅନେକ ମହତ୍ୱ ରଖିଥାଏ | ଏହାସହ ଅନେକ ଜାଗାରେ କାମ ମଧ୍ୟ କରିଥାଏ | ମହାଭାରତର ଏହି ଜ୍ଞାନ ଆହରଣ ଦ୍ୱାରା ବ୍ୟକ୍ତିତ୍ୱର ଉନ୍ନତି ମଧ୍ୟ ହୋଇଥାଏ |

{"id":69955,"width":582,"height":388}

ଅନ୍ୟମାନଙ୍କ ଉପଦେଶ ବେଳେ ବେଳେ ସାହାଯ୍ୟକାରୀ ହୋଇଥାଏ | କିନ୍ତୁ ସବୁ କାମରେ ଅନ୍ୟର ଉପଦେଶ ଲୋଡିଲେ ନିଜର ଆତ୍ମବିଶ୍ୱାସ ଭାଙ୍ଗି ଯାଇଥାଏ | ଅନ୍ୟକୁ ପଚାରି କାମ କରିବା ଦ୍ୱାରା ନିଜ ଲକ୍ଷ୍ୟ ପ୍ରତି ସବୁବେଳେ ସନ୍ଦେହ ଜାଗ୍ରତ ହୋଇଥାଏ | ଯାହାଫଳରେ ମନରେ ସବୁବେଳେ ଏକ ପ୍ରଶ୍ନ ଉଙ୍କି ମାରୁଥାଏ ଯେ, ଏହି କାମ କରିବା ଦ୍ୱାରା ସଫଳତା ମିଳିବ ନାଁ ନାହିଁ | ଆମେ ଯାହା କରୁଛି ତାହା ଠିକ ହେବ ନା ନାହିଁ | ଏହି ଆଶଙ୍କା କାରଣରୁ କୌଣସି କାମ ସଠିକ ଭାବେ ସମ୍ପନ୍ନ ହୋଇନଥାଏ | ନିଜ ନିର୍ଣ୍ଣୟ ନେଜେ ନେଲେ ସବୁ କାମ ସହଜ ହୋଇଯାଇଥାଏ |

{"id":69956,"width":588,"height":441}

ମହାଭାରତରେ ଦୁର୍ଯ୍ୟୋଧନ ସବୁ କାମ କରିବା ପୂର୍ବରୁ ଶକୁନି ମାମୁଙ୍କ ଠାରୁ ଉପଦେଶ ମାଗୁଥିଲେ | ଯାହାଫଳରେ ଦୁର୍ଯ୍ୟୋଧନଙ୍କ ବୁଦ୍ଧି ଧୀରେ ଧୀରେ କାମ କରିବା ବନ୍ଦ କରିଦେଇଥିଲା | ଧୀରେ ଧୀରେ ସେ ଶକୁନିଙ୍କ ଇସାରାରେ ଚଳିବା ଆରମ୍ଭ କରିଦେଇଥିଲେ | ଏହାର ଫାଇଦା ଉଠେଇଥିଲେ ଶକୁନି | ସେ ଦୁର୍ଯ୍ୟୋଧନଙ୍କ ଜରିଆରେ ନିଜର ସବୁ କାମ କରୁଥିଲେ ଯାହା ସେ ନିଜେ କରିବାକୁ ଇଚ୍ଛା କରୁଥିଲେ | ଶକୁନି କୁରୁ ବଂଶଙ୍କୁ ନାଶ କରିବା ପାଇଁ ଚାହୁଁଥିଲେ | ଆଉ ସେଇଥିପାଇଁ ସେ ଗାଂଧାର ଦେଶରୁ ହସ୍ତୀନାପୁର ଆସିଥିଲେ |

{"id":69957,"width":589,"height":303}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.