ନୂଆଦିଲ୍ଲୀ ୨୭।୦୩: ଶେଷରେ ଦର୍ଶକଙ୍କ ଐତିହାସିକ ପୌରାଣିକ ଧାରାବାହିକ ‘ମହାଭାରତ’ର ପୁନର୍ବାର ପ୍ରସାରଣ ଦାବି ପୂରଣ ହୋଇଛି। ରାମାନନ୍ଦ ସାଗରଙ୍କ ରାମାୟଣ ପରେ ଏବେ ଟିଭି ପରଦାରେ ବି.ଆର. ଚୋପ୍ରାଙ୍କ ବହୁ ପ୍ରସିଦ୍ଧ ମହାଭାରତ ଦେଖିବାକୁ ମିଳିବ। ସୂଚନା-ପ୍ରସାରଣ ମନ୍ତ୍ରଣାଳୟ ଲୋକଙ୍କ ବଢୁଥିବା ଦାବିକୁ ନଜରରେ ରଖି ଶୁକ୍ରବାର ସନ୍ଧ୍ୟାରେ ଏହି ନିର୍ଣ୍ଣୟ ନେଇଛନ୍ତି। ମାର୍ଚ୍ଚ ୨୮ ଅର୍ଥାତ ଶନିବାରଠୁ ଡିଡି ଭାରତୀରେ ‘ମହାଭାରତ’ର ପ୍ରସାରଣ କରାଯିବ। ଉଲ୍ଲେଖଯୋଗ୍ୟ, ଶୁକ୍ରବାର ସକାଳେ ରାମାନନ୍ଦ ସାଗରଙ୍କ ପ୍ରସିଦ୍ଧ ଧାରାବାହିକ ‘ରାମାୟଣ’ ଦୂରଦର୍ଶନରେ ପୁନର୍ବାର ପ୍ରସାରିତ କରାଯିବାକୁ ନିର୍ଣ୍ଣୟ ନିଆଯାଇଥିଲା।
wp:core-embed/twitter {"url":"https://twitter.com/PrakashJavdekar/status/1243541506851512324?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Ftv%2Fnews%2Fmahabharat-serial-to-re-telecast-on-dd-bharati-from-28th-march%2Farticleshow%2F74852017.cms","type":"rich","providerNameSlug":"twitter","className":""} /wp:core-embed/twitterସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଟୁଇଟ୍ କରି କହିଛନ୍ତି ଯେ, ମାର୍ଚ୍ଚ ୨୮ରୁ ଡିଡି ଭାରତୀରେ ମଧ୍ୟାହ୍ନ ୧୨ଟା ଏବଂ ସନ୍ଧ୍ୟା ୭ଟାରେ ‘ମହାଭାରତ’ର ପ୍ରତିଦିନ ଦୁଇଟି ଏପିସୋଡ୍ ପ୍ରସାରଣ କରାଯିବ।
୧୯୮୮ରେ ଆରମ୍ଭ ହୋଇଥିଲା ମହାଭାରତ
ଉଲ୍ଲେଖଯୋଗ୍ୟ, ‘ମହାଭାରତ’ ୧୯୮୮ ଅକ୍ଟୋବର ୨ରେ ଦୂରଦର୍ଶନରେ ଆରମ୍ଭ ହୋଇଥିଲା ଏବଂ ୧୯୯୦ ଜୁନ ୨୪ ପର୍ଯ୍ୟନ୍ତ ଏହାର ୯୪ ଏପିସୋଡ୍ ପ୍ରସାରିତ ହୋଇଥିଲା। ‘ମହାଭାରତ’ର ନିର୍ମାତା ହେଉଛନ୍ତି ବିଆର ଚୋପ୍ରା ଏବଂ ତାଙ୍କ ପୁତ୍ର ରବି ଚୋପ୍ରା ହେଉଛନ୍ତି ଏହାର ନିର୍ଦ୍ଦେଶକ। ସେହି ସମୟରେ ମହାଭାରତ ଏକ ଘଣ୍ଟା ପ୍ରସାରଣ ହେଉଥିଲା।
{"id":245043,"sizeSlug":"large"}ମହାଭାରତରେ ଶ୍ରୀକୃଷ୍ଣ ଚରିତ୍ର ନୀତିଶ ଭରଦ୍ଵାଜ ଅଭିନୟ କରିଥିଲେ। ସେହି ପିତାମହ ଭୀଷ୍ମ ଭୂମିକାରେ ମୁକେଶ ଖନ୍ନା, ଦ୍ରୌପଦୀ ଭୂମିକାରେ ରୂପା ଗାଙ୍ଗୁଲି, ଯୁଦ୍ଧିଷ୍ଠିର ଭୂମିକାରେ ଗଜେନ୍ଦ୍ର ଚୌହାନ ଆଦି ନିଖୁଣ ଅଭିନୟ କରିଥିଲେ।