ମୁକେଶ ଖାନ୍ନାଙ୍କ ନିଧନର ଗୁଜବ, ନିଜେ ଶକ୍ତିମାନ କହିଲେ-ମୁଁ ସମ୍ପୂର୍ଣ୍ଣ ଠିକ୍ ଅଛି

Published By : Prameya-News7 Bureau | May 12, 2021 IST

ନୂଆଦିଲ୍ଲୀ ୧୨/୦୫: ଶକ୍ତିମାନ ଖ୍ୟାତି ମୁକେଶ ଖାନ୍ନାଙ୍କ ମୃତ୍ୟୁ ଖବର ହଠାତ୍ ସୋସିଆଲ ମିଡିଆରେ ଆସିବାକୁ ଲାଗିଥିଲା। ଏହା ଶୁଣି ଫ୍ୟାନ୍ସମାନେ ଭାଙ୍ଗିପଡିଥିଲେ। କିନ୍ତୁ ଏହା କେବଳ ଏକ ଗୁଜବ । ଏହାକୁ ନିଜେ ମୁକେଶ ଖାନ୍ନା ଅସ୍ୱୀକାର କରିଛନ୍ତି ।

{"width":685,"height":514}
Mukesh Khanna Death Rumors: Mukesh Khanna Clears Rumors Of His Death And  Says I Am Perfectly Alright - सोशल मीडिया पर मुकेश खन्ना के निधन की अफवाह,  ऐक्टर ने कहा- मैं एकदम

ମୁକେଶ ଖାନ୍ନା ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ‘ମୋର ମୃତ୍ୟୁ ଖବର ଫେସବୁକରେ ଚାଲିଛି। ଫ୍ୟାନ୍ସମାନଙ୍କୁ ଜଣାନ୍ତୁ ଯେ ମୁଁ ସୁସ୍ଥ ଏବଂ ସଂପୂର୍ଣ୍ଣ ସୁରକ୍ଷିତ ଅଛି । ଯେକୌଣସି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ । ମୋତେ ବାରମ୍ବାର ଫୋନ୍ କଲ୍ ଆସୁଛି । ଏଠାରେ ମୁଁ ମୋର ଭଉଣୀ ପାଇଁ ଆଇସିୟୁ ବେଡର ବ୍ୟବସ୍ଥା କରୁଛି । ଦିଲ୍ଲୀରେ ମୋର ଭଉଣୀର ଆଇସିୟୁ ବେଡର ଆବଶ୍ୟକତା ଅଛି ।‘

କରୋନା କାଳରେ ସତର୍କତା ଅବଲମ୍ବନ କରି ମୁକେଶ କହିଛନ୍ତି, ‘ମୁଁ ନିୟମକୁ ସମ୍ପୂର୍ଣ୍ଣ ରୂପେ ଅନୁସରଣ କରୁଛି। ଏକ ବର୍ଷ ହେବ କୌଣସି ପାର୍ଟୀ କିମ୍ବା ଫଙ୍କସନ୍ ଯାଇ ନାହିଁ । ସାମାଜିକ ଦୂରତା ମଧ୍ୟ ରଖୁଛି । ମୁଁ ଦୁଇଟି ଯାକ ଭ୍ୟାକ୍ସିନ୍ ମଧ୍ୟ ନେଇସାରିଛି । ମୋର ଫ୍ୟାନ୍ସମାନେ ମଧ୍ୟ ସମସ୍ତ ନିୟମ ପାଳନ କରନ୍ତୁ ।‘

wp:html /wp:html

ମୁକେଶ ଖାନ୍ନା ନିଜେ ଏକ ଭିଡିଓ ଜାରୀ କରିଛନ୍ତି ଏବଂ ତାଙ୍କ ଫ୍ୟାନ୍ସଙ୍କୁ ମଧ୍ୟ ନିଶ୍ଚିତ କରିଛନ୍ତି ଯେ ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି। ଭିଡିଓରେ, ଅଭିନେତା କହିଛନ୍ତି, “ମୁଁ ଏହା କହିବାକୁ ଆପଣଙ୍କ ପାଖକୁ ଆସିଛି ଯେ ମୁଁ ସମ୍ପୂର୍ଣ୍ଣ ଭଲ ଅଛି। ମୋତେ ଏହି ଗୁଜବକୁ ଖଣ୍ଡନ କରିବାକୁ କୁହାଯାଇଛି ଏବଂ ମୁଁ ଏହାକୁ ଖଣ୍ଡନ ସହିତ ଏହାର ନିନ୍ଦା କରୁଛି। ଲୋକମାନେ ଯେଉଁଭଳି ଭାବରେ ବିଷ ବିସ୍ତାର କରୁଛନ୍ତି, ଏହା ହେଉଛି ସୋସିଆଲ ମିଡିଆର ସମସ୍ୟା । ମୁଁ ଆପଣଙ୍କୁ କହିବି ଯେ ମୁଁ ସମ୍ପୂର୍ଣ୍ଣ ଭଲ ଅଛି ଏବଂ ଏହା ଆପଣମାନଙ୍କ ଆଶୀର୍ବାଦ । ମୋ ସହିତ ଯେତେବେଳେ ଆଶୀର୍ବାଦ ଅଛି, ତେବେ କିଏ କାହାର କଣ କରିପାରିବ । ମୋତେ ବହୁତ କଲ୍ ଆସୁଛି । ତେଣୁ ମୁଁ ଭାବିଲି ଦର୍ଶକଙ୍କୁ କହିବା ଉଚିତ୍ ଯେ ମୁଁ ଭଲ ଅଛି । ଧନ୍ୟବାଦ ।“

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.