ଶ୍ରୀମନ୍ଦିରରେ ପଡିଲା ରକ୍ତ ଛିଟା, ମହାପ୍ରଭୁଙ୍କର ଅନୁଷ୍ଠିତ ହେଲା ମହାସ୍ନାନ

Published By : Prameya-News7 Bureau | March 06, 2021 IST

ପୁରୀ ୬।୩: ପୁରୀ ଶ୍ରୀମନ୍ଦିରରେ ପଡିଲା ରକ୍ତ ଛିଟା । ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ଛିଟା ପଡିଥିବା ଦେଖିବାକୁ ମିଳିଥିଲା । ରକ୍ତ ଛିଟା ପଡିଥିବାରୁ ପରମ୍ପରା ଅନୁସାରେ ମହାପ୍ରଭୁଙ୍କର ମହାସ୍ନାନ ସମ୍ପନ୍ନ ହୋଇଥାଏ । ସେଥିଲାଗି ଶ୍ରୀମନ୍ଦିରରେ ଶନିବାର ରକ୍ତଛିଟା ଦେଖାଯିବା ପରେ ମହାପ୍ରଭୁଙ୍କର ମହାସ୍ନାନ ଅନୁଷ୍ଠିତ ହୋଇଛି ।

{"id":405558,"sizeSlug":"large","linkDestination":"none"}

ତେବେ ଅବକାଶ ନୀତି ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ସମ୍ପନ୍ନ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ତେବେ କେମିତି ଶ୍ରୀମନ୍ଦିର ଭିତରେ ରକ୍ତ ଛିଟା ପଡିଲା ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ । ସେ ନେଇ ଅଧିକ ଖୋଳତାଡ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.