ଶ୍ରୀମନ୍ଦିରରେ ପୁଣି ନୀତି ବିଭ୍ରାଟ : ଜଗମୋହନରେ ବାନ୍ତି କଲେ ଭକ୍ତ, ଗୋଟିଏ ଦିନରେ ୨ଥର ମହାସ୍ନାନ

Published By : Prameya-News7 Bureau | March 06, 2021 IST

ପୁରୀ ୦୬।୦୩ : ଶ୍ରୀମନ୍ଦିରରେ  ପୁଣି ନୀତି ବିଭ୍ରାଟ । ସକାଳ ଧୂପ ପରେ ପୁଣି ଥରେ ନୀତି ବିଭ୍ରାଟ ହୋଇଛି । ଜଗମୋହନରେ ଜଣେ ବ୍ୟକ୍ତି ବାନ୍ତି କରିଦେଇଛନ୍ତି । ଯାହାଫଳରେ କି ମହାପ୍ରଭୁଙ୍କର ପୁଣି ଥରେ ମହାସ୍ନାନ କରାଯିବ ।

ଖବର ଅନୁଯାୟୀ,  ଆଜି ପୁରୀ ଶ୍ରୀମନ୍ଦିରରେ ରକ୍ତ ଛିଟା ପଡିଥିଲା । ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତର ଛିଟା ପଡିଥିବାj ଦେଖିବାକୁ ମିଳିଥିଲା । ତେବେ ରକ୍ତ ଛିଟା ପଡିଥିବାରୁ ପରମ୍ପରା ଅନୁସାରେ ମହାପ୍ରଭୁଙ୍କର ମହାସ୍ନାନ ସମ୍ପନ୍ନ ହୋଇଥାଏ । ସେଥିଲାଗି ଶ୍ରୀମନ୍ଦିରରେ ଶନିବାର ରକ୍ତଛିଟା ଦେଖାଯିବା ପରେ ମହାପ୍ରଭୁଙ୍କର ମହାସ୍ନାନ ଅନୁଷ୍ଠିତ ହୋଇଥିଲା ।

ତେବେ ଅବକାଶ ନୀତି ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ସମ୍ପନ୍ନ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ଏବ ପୁଣି ଥରେ ମହାପ୍ରଭୁଙ୍କର ମହାସ୍ନାନ କରାଯିବ । ଜଗମୋହନରେ ଜଣେ ଭକ୍ତ ବାନ୍ତି କରିବାକୁ ମହାପ୍ରଭୁଙ୍କ ମହାସ୍ନାନ କରାଯିବ । ତେବେ ଦେଖିବାକୁ ଗଲେ ଗୋଟିଏ ଦିନରେ ୨ ଥର ମହାସ୍ନାନ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.