୧୧୭ବର୍ଷ ପରେ ଦୁର୍ଲଭ ଯୋଗ : ଫେବୃୟାରୀ ୨୧ତାରିଖରେ ପାଳନ କରାଯିବ ମହାଶିବରାତ୍ରି

Published By : Prameya-News7 Bureau | February 17, 2020 IST

 ଶୁକ୍ରବାର,ଫେବୃୟାରୀ ୨୧ତାରିଖରେ ମହାଶିବରାତ୍ରି ପଡ଼ୁଛି। ପ୍ରତି ବର୍ଷ ଫାଲ୍ଗୁନ ମାସରେ କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିରେ ଶିବରାତ୍ରି ପାଳନ କରାଯାଇଥାଏ। ଯେତେବେଳେ ସୂର୍ଯ୍ୟ କୁମ୍ଭ ରାଶି ଏବଂ ଚନ୍ଦ୍ର ମକର ରାଶିରେ ହୋଇଥାଏ,ସେତେବେଳେ ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ରାତିରେ ଏହି ପର୍ବ ପାଳନ କରାଯାଇଥାଏ। ଫେବୃୟାରୀ ୨୧ତାରିଖ ସନ୍ଧ୍ୟା ୫.୩୬ରେ ତ୍ରୟୋଦଶୀ ତିଥି ରହିବ,ଏହା ପରେ ଚତୁର୍ଦ୍ଦଶୀ ତିଥି ଆରମ୍ଭ ହୋଇଯିବ। ଏଥର ଶିବରାତ୍ରିରେ ୧୧୭ବର୍ଷ ପରେ ଶନି ଏବଂ ଶୁକ୍ରର ଦୁର୍ଲଭ ଯୋଗ ହେଉଛି।

ଏଥର ଶିବରାତ୍ରିରେ ଶନି ନିଜ ରାଶି ମକର ଏବଂ ଶୁକ୍ର ଗ୍ରହ ନିଜ ଉପର ରାଶି ମୀନରେ ରହିବେ। ଏହା ଏକ ଦୁର୍ଲଭ ଯୋଗ ଅଟେ। ୨୦୨୦ପୂର୍ବରୁ ୧୯୦୩ମସିହା ଫେବୃୟାରୀ ୨୫ତାରିଖରେ ଠିକ୍ ଏପରି ଏକ ଯୋଗ ହୋଇଥିଲା ଏବଂ ଶିବରାତ୍ରି ପାଳନ କରାଯାଇଥିଲା। ଏବର୍ଷ ଗୁରୁ ବି ନିଜ ରାଶି ଧନୁ ରାଶିରେ ଅଛନ୍ତି। ଏହି ଯୋଗରେ ଶିବ ପୂଜା କଲେ ଶନି,ଗୁରୁ,ଶୁକ୍ରଙ୍କ ଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ। ପୂଜା କରିବା ପାଇଁ ଏବଂ ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହି ​ଯୋଗ ଅତ୍ୟନ୍ତ ଶୁଭ ହୋଇଥାଏ।

ଚଳିତ ବର୍ଷ ଶନି ଜାନୁୟାରୀ ୨୩ତାରିଖରେ ମକର ରାଶିରେ ପ୍ରବେଶ କରିଛନ୍ତି। ଶିବରାତ୍ରି ଅର୍ଥାତ୍ ଫେବୃୟାରୀ ୨୧ତାରିଖରେ ଶନିଙ୍କ ସହ ଚନ୍ଦ୍ର ମଧ୍ୟ ରହିବେ। ଶନି-ଚନ୍ଦ୍ରଙ୍କ ଯୁତି ଯୋଗୁଁ ବିଷ ଯୋଗ ହେଉଛି। ଏହା ପୂର୍ବରୁ ପାଖାପାଖି ୨୮ବର୍ଷ ପୂର୍ବରୁ ଶିବରାତ୍ରିରେ ବିଷ ଯୋଗ ୧୯୯୨ମସିହାରେ ମାର୍ଚ୍ଚ ୨ତାରିଖରେ ହୋଇଥିଲା। ଏହି ଯୋଗରେ ଶନି ଏବଂ ଚନ୍ଦ୍ର ପାଇଁ ବିଶେଷ ପୂଜା କରିବା ଉଚିତ୍। ଶିବରାତ୍ରିରେ ଏହି ଯୋଗ ହେଲେ ଏହି ଦିନ ଶିବ ପୂଜାର ମହତ୍ତ୍ବ ଆହୁରି ଅଧିକ ବଢ଼ିଯାଇଛି। ଜାତକରେ ଶନି ଏବଂ ଚନ୍ଦ୍ରଙ୍କ ଦୋଷ ଦୂର କରିବା ପାଇଁ ଶିବ ପୂଜା କରିବାକୁ ପରାମର୍ଶ ଦିଆଯାଇଥାଏ।

ଫେବୃୟାରୀ ୨୧ତାରିଖରେ ବୁଧ ଏବଂ ସୂର୍ଯ୍ୟ ,କୁମ୍ଭ ରାଶିରେ ଏକାଠି ରହିବେ। ଫଳରେ ବୁଧ-ଆଦିତ୍ୟ ଯୋଗ ହେବ। ଏହା ବ୍ୟତୀତ ଏହି ଦିନ ସମସ୍ତ ଗ୍ରହ ରାହୁ-କେତୁ ମଧ୍ୟରେ ରହିବେ ଫଳରେ ସର୍ପ ଯୋଗ ସୃଷ୍ଟି ହେବ। ଶିବରାତ୍ରିରେ ରାହୁ ମିଥୁନ ରାଶିରେ ଏବଂ କେତୁ ଧନୁ ରାଶିରେ ରହିବେ। ଶେଷ ସମସ୍ତ ଗ୍ରହ ରାହୁ-କେତୁଙ୍କ ମଝିରେ ରହିବେ। ସୂର୍ଯ୍ୟ ଏବଂ ବୁଧ,କୁମ୍ଭ ରାଶିରେ,ଶନି ଏବଂ ଚନ୍ଦ୍ର ମକର ରାଶିରେ,ମଙ୍ଗଳ ଏବଂ ଗୁରୁ ,ଧନୁ ରାଶିରେ,ଶୁକ୍ର,ମୀନ ରାଶିରେ ରହିବେ। ସମସ୍ତ ଗ୍ରହ ରାହୁ-କେତୁଙ୍କ ମଧ୍ୟରେ ରହିବା ଫଳରେ ସର୍ପ ଯୋଗ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.