Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଲଡୁବାବାଙ୍କ ପୀଠରେ ମହା ଶିବରାତ୍ରୀ, କରୋନା କଟକଣା ପାଇଁ କମିଛି ଭକ୍ତଙ୍କ ସଂଖ୍ୟା

11/03/2021 at 9:59 AM

ନୟାଗଡ ୧୧।୩: ନୟାଗଡ ଜିଲ୍ଲା ଶରଣକୂଳ ସ୍ଥିତ ଲଡୁବାବାଙ୍କ ପୀଠ ରାଜ୍ୟର ପ୍ରସିଦ୍ଧ ଶୈବପୀଠମାନଙ୍କ ମଧ୍ୟରେ ଅନ୍ୟତମ । ପ୍ରତିବର୍ଷ ଜାଗର ସମୟରେ ଏଠାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସୁଥିବା ଭକ୍ତମାନେ ଏଠାରେ ଠାକୁରଙ୍କୁ ଦର୍ଶନ କରିବା ସହ ରାତି ଉଜାଗର ରହି ଜାଗର ଜାଳିଥାନ୍ତି । ଲଡୁବାବାଙ୍କ ନିକଟରେ ମାନସିକ ରଖିଲେ ଅପୁତ୍ରୀକ ପୁତ୍ର ପାଇଥାଏ ଏବଂ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ସେଥିପାଇଁ ଭକ୍ତମାନେ ବେକ, ଜିଭ କାଟି ଗୁହାରିଆ ପଡିଥାନ୍ତି ।

ତେବେ କରୋନା କଟକଣାକୁ ଯୋଗୁଁ ଏଥର ମନ୍ଦିରରେ ଭକ୍ତଙ୍କ ସଂଖ୍ୟା ବହୁତ କମ୍‌ ଦେଖିବାକୁ ମିଳିଛି  । ମନ୍ଦିର ବାହାରୁ ଭକ୍ତମାନେ ବ୍ୟାରିକେଡ୍‌ ମଧ୍ୟରେ ମନ୍ଦିରରେ ପ୍ରବେଶ କରି ଠାକୁରଙ୍କ ଦର୍ଶନ ସାରି ବ୍ୟାରିକେଡ୍‌ରେ ବାହାରକୁ ବାହାରିବାର ବ୍ୟବସ୍ଥା କରାଯାଇଛି  । ମନ୍ଦିର ବେଢାରେ କୌଣସି ଭକ୍ତଙ୍କୁ ବୁଲିବାକୁ ଅନୁମତି ଦିଆଯାଉ ନାହିଁ । ସେହିପରି ସନ୍ଧ୍ୟାରେ ମନ୍ଦିର ମଧ୍ୟରେ ଏବଂ ମନ୍ଦିର ବାହାରେ  ଭକ୍ତଙ୍କୁ ଦୀପ ଜାଳିବାକୁ  ବାରଣ କରାଯାଇଛି । ଭକ୍ତମାନେ ମାସ୍କ ପିନ୍ଧି ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପାଇଁ ନିୟମ କରାଯାଇଛି । ଭକ୍ତମାନେ ମନ୍ଦିରକୁ କୌଣସି ପ୍ରକାରର ଭୋଗ ଦ୍ରବ୍ୟ ନଆଣିବା ପାଇଁ ପୂର୍ବରୁ ଘୋଷଣା କରାଯାଇଛି । ଜାଗର ଅବସରରେ ଏଠାରେ ୫ଦିନ ଧରି ମେଳାର ଆୟୋଜନ କରାଯାଇଥାଏ  ତେବେ ଚଳିତ ବର୍ଷ ପ୍ରଶାସନ ମେଳାକୁ ଅନୁମତି ଦେଇନାହିଁ । 

ଲଡୁବାବାଙ୍କର ଅବକାଶ ନୀତି ଭୋର ୩ଟାରୁ ଆରମ୍ଭ ହୋଇ ୪ଟାରେ ଶେଷ ହେବାପରେ ୪ଟାରୁ ସର୍ବସାଧାରଣ ଦର୍ଶନ ସକାଳ ୭ଟା ପର୍ଯ୍ୟନ୍ତ ଚାଲିଥିଲା । ୭ଟାରୁ ୧୦ଟା ପର୍ଯ୍ୟନ୍ତ ଠାକୁରଙ୍କ ନୀତି ପାଇଁ ଦର୍ଶନ ବନ୍ଦ କରାଯିବା ପରେ ଦିନ ୧୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ଦ୍ବାର ଖୋଲା ରହିବ । ରାତି ୧୦ଟା ୩୦ମିନିଟ୍ ରୁ ବେଢା ପରିକ୍ରମା ପରେ ପ୍ରାୟ ୧୧ଟା ମଧ୍ୟରେ ମହାଦୀପ ଉଠିବା ପାଇଁ ସମୟ ନିର୍ଘଣ୍ଟ କରାଯାଇଛି । ସେହିପରି ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ଏବଂ ନିୟମକୁ କଡାକଡି ପାଳନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଅତିରିକ୍ତ ଏସପି, ଶରଣକୂଳ ଥାନା ଅଧିକାରୀ ମନ୍ଦିରରେ ରହି ବ୍ୟବସ୍ଥାର ତଦାରଖ କରୁଛନ୍ତି । 

   Related Posts