ଆସନ୍ତାକାଲି ମହାଶିବରାତ୍ରୀ ; ଶ୍ରୀଲୋକନାଥଙ୍କ ପୀଠରେ ବ୍ୟାପକ ପ୍ରସ୍ତୁତି

Published By : Prameya-News7 Bureau | March 03, 2019 IST

ପୁରୀ ୩|୩ : ଆସନ୍ତାକାଲି ପୁରୀରେ ମହାଶିବରାତ୍ରୀ ଓ ଜାଗର ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଜିଲ୍ଲାପ୍ରଶାସନ ପକ୍ଷରୁ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଶ୍ରୀଲୋକନାଥଙ୍କ ଦ୍ବାରଫିଟା ନୀତି ରାତି ୧୨ଟା ୩୦ମିନିଟ୍ ରେ ଅନୁଷ୍ଠିତ ହେବାପରେ ରାତି ୨ ଟାରୁ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ।

{"id":90400}

ଏହାପରେ ମହାଶିବରାତ୍ରୀ ରାତି ୨ ଟାରୁ ୩ ଟା ମଧ୍ୟରେ ହରିହର ଭେଟ ଓ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ଼ିଂର ବ୍ୟବସ୍ଥା ସହ ସ୍ବତନ୍ତ୍ର ପୋଲିସ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି।

{"id":90401}

ସିସିଟିଭି ସହାୟତାରେ ଦର୍ଶନ, ନୀତି ଓ ଯାତ୍ରୀ ସମାଗମ ଉପରେ ନଜର ରଖାଯିବ। ଜାଗର ଯାତ୍ରା ପାଇଁ ଶ୍ରୀଲୋକନାଥଙ୍କ ପୀଠ ପରିସରରେ ୧୦ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.