Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଆସନ୍ତାକାଲି ମହାଶିବରାତ୍ରୀ : ଜାଗର ଯାତ୍ରା ପାଇଁ ଶୈବ ପୀଠରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ, ଜାଣନ୍ତୁ କେଉଁଠି କେତେବେଳେ ଉଠିବ ମହାଦୀପ

3/03/2019 at 5:50 PM

ଭୁବନେଶ୍ବର ୩|୩ : ଆସନ୍ତାକାଲି ମହାଶିବରାତ୍ରୀ । ଜାଗର ଯାତ୍ରା ପାଇଁ ରାଜ୍ୟର ସବୁ ଶୈବ ପୀଠରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ଭୁବନେଶ୍ବରର ଶ୍ରୀଲିଙ୍ଗରାଜ, ପୁରୀର ଶ୍ରୀଲୋକନାଥ, ଆରଡିର ବାବାଆଖଣ୍ଡଳମଣି, ନୟାଗଡ଼ର ଲଡୁବାବା, ରାଉରକେଲାର ବେଦବ୍ୟାସ, ଢେଙ୍କାନାଳର କପିଳାସରେ ବ୍ୟାପକ ଆୟୋଜନ ହୋଇଛି ।

ଶ୍ରୀଲୋକନାଥ :

ପ୍ରସିଦ୍ଧ ଜାଗରଯାତ୍ରାକୁ ନେଇ ଚଳଚଞ୍ଚଳ ପୁରୀର ଶ୍ରୀଲୋକନାଥ ପୀଠ । ରାତି ସାଢେ ୧୨ ଟାରେ ଖୋଲିବ ମନ୍ଦିର ଦ୍ବାର । ରାତି ୨ ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ସୋମବାର ରାତି ୨ ଟାରୁ ୩ ଟା ମଧ୍ୟରେ ହରିହର ଭେଟ ଓ ମହାଦୀପ ଉଠିବା କାର୍ଯ୍ୟକ୍ରମ ରହିଛି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍, ସ୍ବତନ୍ତ୍ର ପୋଲିସ କଣ୍ଟ୍ରୋଲ ରୁମ୍ ହୋଇଛି । ନୀତିକାନ୍ତି, ଯାତ୍ରୀ ସମାଗମ ଉପରେ ନଜର ରଖିବ ସିସିଟିଭି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ଫୋର୍ସ ମୃତୟନ ରହିବେ । ଶନିବାର ରାତିରୁ ପାର୍ବତୀ ସାଗରରେ ଜଳୁଛି ଅଖଣ୍ଡ ଦୀପ ।

ଶ୍ରୀଲିଙ୍ଗରାଜ :

ସେପଟେ ଏବେଠୁ ଦୁଲୁକିଲାଣି ଭୁବନେଶ୍ବର ଶ୍ରୀ ଲିଙ୍ଗରାଜଙ୍କ ପୀଠ । ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୩ ଟାରେ ମହାପ୍ରଭୁଙ୍କ ପହଡ ଖୋଲିବ । ସାଢେ ୩ ଟାରୁ ସାଢେ ୧୦ ଟା ଯାଏଁ ଚାଲିବ ସାହାଣ ମେଲା ଦର୍ଶନ ।  ଦିନ ୧୨ ଟା ୧୫ ରୁ ଦୁଇଟା ମଧ୍ୟରେ ସୂର୍ଯ୍ୟ ପୂଜା, ଦ୍ବାର ପାଳ ପୂଜା, ଠାକୁରାଣୀ ବହ୍ଲଭ ନୀତି ହେବ ।  ରାତି ୧୦ ଟାରେ ଉଠିବ ମହାଦୀପ ।  ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟବକ ବ୍ୟବସ୍ଥା ହୋଇଛି ।

ବାବା ଆଖଣ୍ଡଳମଣି :                                             

ଜାଗର ପାଇଁ ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଆରମ୍ଭ ହୋଇଗଲାଣି ଶ୍ରଦ୍ଧାଳୁଙ୍କ ସମାଗମ । ଭୋର ୪ ଟା ୩୦ରେ ଉଠିବ ମହାଦୀପ । ବାବାଙ୍କ ମହାସ୍ନାନ ଏବଂ ରୁଦ୍ରାଭିଷେକ ରୀତିନୀତି ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଶାନ୍ତି ଶୃଙ୍ଖଳା ପାଇଁ ଜଣେ ଏଏସପିଙ୍କ ସହ ୪ ଜଣ ମାଜିଷ୍ଟ୍ରେଟ୍, ୪ ଜଣ ଡିଏସପି, ୨ ଜଣ ଇନ୍ସପେକ୍ଟର, ୨୫ ସବ୍ ଇନ୍ସପେକ୍ଟରଙ୍କ ସହ ୩୦ ସେକ୍ସନ ପୋଲିସ ମୁତୟନ ରହିବେ ।   

ଲଡୁବାବା :

ନୟାଗଡ଼ ଲଡୁବାବାଙ୍କ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି । ସକାଳୁ ରାତି ଯାଏ ସହରରେ ଭାରିଯାନ ପ୍ରବେଶ ବାରଣ କରାଯାଇଛି । ଶାନ୍ତି ଶୃଖଂଳା ରକ୍ଷା ପାଇଁ ୪ ପ୍ଳାଟୁନ ଫୋର୍ସ, ୨୦ ଅଫିସର ସଜାଗ ରହିବେ । ମଧ୍ୟ ରାତ୍ରରେ ଦ୍ବାର ଫିଟା ପରେ ଭୋର ୪ ଟାରୁ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ । ରାତି ୧୨ ଟାରୁ ଗୋଟାଏ ମଧ୍ୟରେ ଉଠିବ ମହାଦୀପ ।

କପିଳାସ :

ଶ୍ରୀଚନ୍ଦ୍ରଶେଖରଜୀଉଙ୍କ ଜାଗରଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି କପିଳାସ। ସମସ୍ତ ଦେବନୀତି ଶୃଙ୍ଖଳିତ କରିବାକୁ ପ୍ରଶାସନ, ପୋଲିସ ଓ ଦେବୋତ୍ତର ବିଭାଗ ପକ୍ଷରୁ ଜୋର୍‌ସୋର୍‌ରେ ପ୍ରସ୍ତୁତି ହୋଇଛି । ଶାନ୍ତି ଶୃଖଂଳା ରକ୍ଷା ପାଇଁ ୨ ଜଣ ଏଏସ୍‌ପି, ୫ ଡିଏସ୍‌ପି, ୧୦ ଇନ୍ସପେକ୍ଟର, ୯୪ ଜଣ ଏସ୍‌ଆଇ ଓ ଏଏସ୍‌ଆଇଙ୍କ ସହ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ମନ୍ଦିର ପରିସରରେ ଏଲ୍‌ସିଡି ବ୍ୟବସ୍ଥା ହୋଇଛି ।  

ବେଦବ୍ୟାସ : 

ବ୍ୟାସ ଦେବଙ୍କ ଜନ୍ମସ୍ଥାନ ରାଉରକେଲାର ବେଦବ୍ୟାସ ପୀଠରେ ମହାଶିବରାତ୍ରୀ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ଶଙ୍ଖ, କୋଏଲ, ସରସ୍ବତୀ ନଦୀର ସଂଙ୍ଗମ ସ୍ଥଳରେ ଜାଗରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ରାତି ୩ ଟାରେ ଉଠିବ ମହାଦୀପ । ସଂଧ୍ୟାରେ ହେବ ମହାପ୍ରଭୁଙ୍କ ଆଳତି ।

   Related Posts