ଆସନ୍ତା ୨୪ଘଣ୍ଟା ମଧ୍ୟରେ ଭୟଙ୍କର ରୂପ ନେବ ସାମୁଦ୍ରିକ ବାତ୍ୟା ‘ମହା’

Published By : Prameya-News7 Bureau | November 01, 2019 IST

ନୂଆଦିଲ୍ଲୀ ୧|୧୧: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୟଙ୍କର ରୂପ ନେବ ସାମୁଦ୍ରିକ ବାତ୍ୟା ‘ମହା’ । ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ମହା' ଏବେ କେରଳ ଉପକୂଳଠାରୁ ୫ଶହ କିଲୋମିଟର ଦୂରରେ ରହିଛି । ଏହା ଅଧିକ ଶକ୍ତିଶାଳୀ ହୋଇ ଓମାନ ଉପକୂଳ ମୁହାଁ ହେବ ।

ଏହାର ପ୍ରଭାବରେ ଉଡୁପି ଏବଂ ପାନାଜୀରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । କୋଜିକୋଡ୍, କନ୍ନୁର, କସରଗୋଡରେ ଅରେଞ୍ଜ ଆଲର୍ଟ ସହ ଲାକ୍ଷାଦ୍ବୀପରେ ରେଡ୍ ଆଲର୍ଟ ଜାରି କରାଯାଇଛି । ବାତ୍ୟା ‘ମହା’ ଯୋଗୁଁ କେରଳ, ଉପକୂଳବର୍ତ୍ତୀ କର୍ଣ୍ଣାଟକ ଏବଂ ଦକ୍ଷିଣ ତାମିଲନାଡୁ କେତେକ ଅଞ୍ଚଳରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ବାତ୍ୟା ‘ମହା’ ପ୍ରଭାବରେ କେରଳ ଏରନାକୁଲମ୍ ଜିଲ୍ଲାର ଚେଲନାମ୍ ଅଞ୍ଚଳରେ ସମୁଦ୍ର ଉଗ୍ରରୂପ ନେଇଛି । ସ୍ଥଳଭାଗ ଆଡକୁ ମାଡି ଆସିଛି ସମୁଦ୍ର ଢେଉ । ବେଳାଭୂମି ନିକଟରେ ଥିବା ଅନେକ ଘରେ ପାଣି ପଶି ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.