Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଆରମ୍ଭ ହେଲା ମହାକାର୍ତ୍ତିକ ବ୍ରତ : ଶ୍ରୀଜିଉଙ୍କୁ ଲାଗି ହେବ ସ୍ୱତନ୍ତ୍ର ବାଳ ଭୋଗ, ଏଥର ବି ହବିଷ୍ୟାଳିଙ୍କୁ ପୁରୀ ମନା

21/10/2021 at 7:31 AM

ପୁରୀ,୨୧|୧୦:     ଗୁରୁବାରଠୁ ଆରମ୍ଭ ହେଲା ମହା କାର୍ତ୍ତିକ ବ୍ରତ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ମାସ ନୀତି ଆରମ୍ଭ ହୋଇଥିଲେ ମଧ୍ୟ ଆଜିଠୁ ହବିଷ୍ୟାଳିମାନେ ସଂକଳ୍ପ କରି ରାଧାଦାମୋଦର ପୂଜା ଓ କାର୍ତ୍ତିକ ବ୍ରତ ଆରମ୍ଭ କରିବେ । ଶ୍ରୀମନ୍ଦିରରେ ପ୍ରତ୍ୟେକ ଦିନ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଳ ଭୋଗ ସହ ରାଧାଦାମୋଦର ବେଶ କରାଯିବ । ତେବେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହବିଷ୍ୟାଳିମାନେ ପୁରୀ ନଆସି ଘରେ ରହି କାର୍ତ୍ତିକ ବ୍ରତ କରିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ମଠବାଡି, ହୋଟେଲ, ଲଜିଂରେ ହବିଷ୍ୟାଳିଙ୍କୁ ନରଖିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ହବିଷ୍ୟାଳି ଓ ଭକ୍ତମାନେ କେମିତି ସୁରୁଖୁରୁରେ ମହାପ୍ରସାଦ ପାଇପାରିବେ ସେନେଇ ସେବାୟତଙ୍କ ସହ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବ ।

ଏତତ ବ୍ୟତୀତ, ଜଗନ୍ନାଥଙ୍କ କୋଠ ଭୋଗ ପାଇଁ ପିପିଲରୁ ଗଲା ନଡ଼ିଆ । ଧର୍ମ ମାସ କାର୍ତ୍ତିକରେ ପୁରୀ ଶ୍ରୀ ଜଗନ୍ନାଥଙ୍କ ଠାରେ ପ୍ରତିଦିନ ଲାଗିହେବ କୋଠ ଭୋଗ । ପିପିଲିରୁ ଶ୍ରଦ୍ଧାଳୁମାନେ ଶହଶହ ସଂଖ୍ୟାରେ ନଡ଼ିଆ ପଠାଇଥାନ୍ତି । ଯାହାକି ପିପିଲି ସହିତ ଶ୍ରୀଜଗନ୍ନାଥ ସଂସ୍କୃତିର ସମ୍ପର୍କର ପ୍ରଧାନ୍ୟତା ସୁପ୍ରତିଷ୍ଠିତ କରିଛି ।

ବିଶେଷକରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୈନିକ କୋଠଭୋଗ ପାଇଁ ନଡ଼ିଆ କମ ପଡ଼ିବା ଯୋଗୁଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପିପିଲି ବ୍ଲକର ଗୋବର୍ଦ୍ଧନପୁର ସ୍ଥିତ ଗତିଶ୍ୱର ଦେବ ମନ୍ଦିରକୁ ଦାୟିତ୍ୱ ଦେଇଥିଲେ । ସେହିଦିନ ଠାରୁ ୭ ବର୍ଷ ଧରି ପିପିଲି ଗୋବର୍ଦ୍ଧନପୁରର ଜଗନ୍ନାଥପ୍ରେମୀ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଗତିଶ୍ୱର ଦେବଙ୍କ ପୀଠରୁ ପ୍ରତ୍ୟେକ ବର୍ଷ କୁମାରପୂର୍ଣ୍ଣମୀ ଦିନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ କୋଠଭୋଗ ପାଇଁ ନଡ଼ିଆ ପଠା ଯାଇଥାଏ । ପ୍ରଥମ ବର୍ଷ ୩୬୫ କଡ଼ା ନଡ଼ିଆ ଶ୍ରୀମନ୍ଦିରକୁ ପଠାଯାଇଥିଲା ବେଳେ ଚଳିତଥର ୮୦୦ରୁ ଉର୍ଦ୍ଧ୍ୱ ନଡ଼ିଆ ସ୍ୱତନ୍ତ୍ର ଗାଡ଼ି ଯୋଗେ ଶ୍ରୀମନ୍ଦିରକୁ,ପଠାଯାଇଛି ।

   Related Posts