ଆଜି ପବିତ୍ର ମହାବିଷୁବ ବା ପଣାସଂକ୍ରାନ୍ତି, ମନ୍ଦିରରେ କୋଭିଡ୍ କଟକଣାରେ ହନୁମାନ ଜୟନ୍ତୀ

Published By : Prameya-News7 Bureau | April 14, 2021 IST

ଭୁବନେଶ୍ୱର ୧୪।୦୪: ଆଜି ମହାବିଷୁବ ପଣାସଂକ୍ରାନ୍ତି । ହିନ୍ଦୁ ପରମ୍ପରାରେ ମହାବିଷୁବ ସଂକ୍ରାନ୍ତି ଏକ ବଡ ପର୍ବ । ଓଡିଆ ପଞ୍ଜିକାର ଗଣନା ଅନୁସାରେ ଆଜି ବର୍ଷର ପ୍ରଥମଦିନ ହୋଇଥିବାରୁ ଓଡିଆ ନବବର୍ଷ ରୂପରେ ମଧ୍ଯ ଆଜିର ଦିନକୁ ପାଳନ କରାଯାଏ । ଆଜିର ଦିନରେ ମନ୍ଦିରରେ ପଣା ଓ ଛତୁଆ ଭୋଗ କରାଯାଏ । ପଣାସଂକ୍ରାନ୍ତି କୁ ହନୁମାନ ଜୟନ୍ତୀ ଭାବରେ ପାଳନ କରାଯାଏ । ଆଜି ମହାବୀର ଜୟନ୍ତୀ। ହନୁମାନଙ୍କ ଉପାସନା ସହ ଭକ୍ତମାନେ ହନୁମାନ ଚାଳିଶା ପାଠକରନ୍ତି। ହେଲେ ଏ ବର୍ଷ କରୋନା କଟକଣା ଯୋଗୁଁ ମନ୍ଦିରରେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ପଣା ସଂକ୍ରାନ୍ତି ପାଳିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.