Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

କମେଣ୍ଟମରା ଓ ଅଶ୍ଲୀଳ ଇଙ୍ଗିତରୁ ଗଡିଲା ଦୁଇ ମୁଣ୍ଡ, ତିନି ଗୁରୁତର

24/09/2019 at 7:42 PM

ସମ୍ବଲପୁର ୨୪ ।୦୯ – ଗାଁ ଦାଣ୍ଡରେ ୪ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଏଥିରେ ୨ ଭାଇଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।ସମ୍ବଲପୁର ଯୁଯୁମରା ଥାନା ଭଣ୍ଡାରିମାଲ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ତେବେ ଗାଁରେ ବାରମ୍ବାର ଝିଅ ବୋହୁଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ସହିତ ଅସଦାଚରଣ କରୁଥିବା ୪ ଭାଇଙ୍କ ବିରୋଧରେ ଲୋକଙ୍କର ପୁଞ୍ଜିଭୂତ ଅସନ୍ତୋଷରୁ ଏହି ହତ୍ୟାକାଣ୍ଡ ଘଟିଥିବା କଳ୍ପନାଜଳ୍ପନା ଚାଲିଛି ।

ବିଭତ୍ସ ଦୃଶ୍ୟ ।ଗାଁ ଦାଣ୍ଡରେ ପଡ଼ିଛି ମୃତଦେହ । ଦେହଠୁ ଅଲଗା ହୋଇଯାଇଛି ଗୋଡ଼ । ରାସ୍ତାରେ ଭାସୁଛି ରକ୍ତ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଯୁଯୁମରା ଥାନା ଭଣ୍ଡାରିମାଲ ଗାଁରେ । ଗାଁ ଦାଣ୍ଡରେ ହଣାକଟାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତରଙ୍କୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ଭିତରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି । ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ଅତିରିକ୍ତ ଏସ୍‌ପି ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି । ୪ ଜଣଙ୍କୁ ପୋଲିସ ଅଟକ ରଖିଛି।

ଏପରି ଭୟଙ୍କର ଆକ୍ରମଣ ପଛରେ ରହିଛି ଗୋଷ୍ଠୀ କନ୍ଦଳ, ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଯୁବକଙ୍କ ପ୍ରତି ଗାଁ ଲୋକଙ୍କର ପୁଞ୍ଜିଭୂତ ଅସନ୍ତୋଷ । ଗାଁର ମହିଳାମାନଙ୍କ ପ୍ରତି ବାରମ୍ବାର ଅସଦାଚରଣ ଏବଂ ଦୀର୍ଘବର୍ଷ ଧରି ଗାଁରେ ଚାଲିଥିବା ଆତଙ୍କରାଜ ବିରୋଧରେ ଏହି ଘଟଣା ଘଟିଛି ବୋଲି ଗୋଟିଏ ଗୋଷ୍ଠୀ କହିଛନ୍ତି । ସେମାନଙ୍କ କହିବା ଅନୁଯାୟୀ  ଗାଁର ଦିଲ୍ଲେଶ୍ବର ଭୋଇ, ବିଦ୍ୟାଧର ଭୋଇ, ବିଭୁତି କୁମୁରା ଓ ସେମାନଙ୍କ ଗୋଷ୍ଠୀ  ଆତଙ୍କରାଜ ସୃଷ୍ଟି କରି ଆସୁଥିଲେ । ଗତ ୨୨ ତାରିଖରେ ପୁଅ ଜିଉନ୍ତିଆରେ ନନ୍ଦଲାଲ ଭୋଇଙ୍କ ଝିଅକୁ ଗାଁର ଦିଲେଶ୍ବର ଭୋଇ ଏବଂ ତାଙ୍କ ସମର୍ଥକ ମାନେ କମେଣ୍ଟ ମାରି ଅସଦାଚରଣ କରିଥିଲେ । ତେବେ ନନ୍ଦଲାଲ ଏ ସଂପର୍କରେ ଦିଲେଶ୍ବରଙ୍କୁ ପଚାରିବାରୁ ଗଣ୍ଡଗୋଳ ବଢ଼ିଥିଲା । ଦିଲେଶ୍ବର ଭୋଇ ତାଙ୍କ ସମର୍ଥକ ନନ୍ଦଲାଲ ଭୋଇଙ୍କ ଗୋଡ଼କୁ ଟାଙ୍ଗିଆରେ ହାଣି ଦେଇଥିଲେ ।ଏହାପରେ ନନ୍ଦଲାଲଙ୍କ ସମର୍ଥକ ମାନେ ପ୍ରତି ଆକ୍ରମଣ କରିଥିଲେ।

ଏହି ହତ୍ୟାକାଣ୍ଡ ପରେ ଗାଁରୁ ଅଧିକାଂଶ ପୁରୁଷ ଫେରାର ହୋଇଯାଇଛନ୍ତି। ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

   Related Posts