Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ସନ୍ଧ୍ୟାରେ ଦିଲ୍ଲୀ ପହଞ୍ଚିବ ସିଡିଏସ୍ ବିପିନ ରାୱତଙ୍କ ମରଶରୀର, ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଦେବେ ଶ୍ରଦ୍ଧାଞ୍ଜଳୀ
  • ||
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||

ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି ; ଆଜିଠୁ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ମହାବନ୍ଦ ଡାକରା

29/11/2018 at 9:55 AM

ସମ୍ବଲପୁର୨୯|୧୧:  ପଶ୍ଚିମ ଓଡ଼ିଶା ଓକିଲ ସମୂହର ବନ୍ଦ ଡାକରା । ଆଜି ଏବଂ ଆସନ୍ତାକାଲି ୧୦ଟି ଜିଲ୍ଲାରେ ବନ୍ଦ ଡାକରା ଦେଇଛି ପଶ୍ଚିମ ଓଡ଼ିଶା ଓକିଲ ସମୂହ, କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜିକୁ ୮୪ ଦିନ ହେବ ଆନ୍ଦୋଳନ ଚଳାଇଛନ୍ତି ପଶ୍ଚିମ ଓଡ଼ିଶା ଓକିଲ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି, ଜିଲ୍ଲା ଓକିଲ ସଂଘ ଏବଂ ନାଗରିକ କ୍ରିୟାନୁଷ୍ଠାନ କମିଟି ।

ଗତ ୮ ଦିନ ହେଲା, ପଶ୍ଚିମ ଓଡ଼ିଶାରେ ଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟରେ ତାଲା ପକାଇ ଓକିଲମାନେ, ରିଲେ ଅନଶନ ଚଳାଇଛନ୍ତି । କିନ୍ତୁ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ତରଫରୁ ସେମାନଙ୍କ ସହ ଏଯାଏଁ କିଛି ବି ଆଲୋଚନା କରାଯାଇନି । ଯେଉଁଥି ପାଇଁ ଆଭିମୁଖ୍ୟ କଡ଼ା କରିଛି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ।

ଏହି ମହାବନ୍ଦରେ ସହଯୋଗ କରିବାକୁ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସମର୍ଥନ ମିଳିଛି । ଏହା ଛଡ଼ା ୨ ଶହରୁ ଅଧିକ ସାମାଜିକ ଓ ସାଂସ୍କୃତିକ ସଂଗଠନ ମଧ୍ୟ ସମ୍ମତି ପ୍ରଦାନ କରିଛନ୍ତି । ରେଳ ଓ ରାସ୍ତାରୋକ କରାଯାଇଛି । କେବଳ ଜରୁରିକାଳୀନ ସେବାକୁ ଛାଡ଼ିଦେଲେ ବ୍ୟାଙ୍କ, ସରକାରୀ-ବେସରକାରୀ ଅଫିସ୍, ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ୪୮ ଘଣ୍ଟିଆ ବନ୍ଦ ପରେ ମଧ୍ୟ ଯଦି ରାଜ୍ୟ କିମ୍ବା କେନ୍ଦ୍ର ସରକାର ନଚେତନ୍ତି, ତେବେ ସାରା ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅର୍ଥନୈତିକ ଅବରୋଧର ଚେତାବନୀ ଦେଇଛି ପଶ୍ଚିମ ଓଡ଼ିଶା ଓକିଲ ସମୂହ ।

   Related Posts