ମହାଷ୍ଟମୀରେ ଚଳଚଞ୍ଚଳ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମାଆ ଚର୍ଚ୍ଚିକାଙ୍କ ପୀଠ ; ସୁନାରୂପାରେ ସୁସଜ୍ଜିତ ହୋଇଛନ୍ତି ମାଆ ଚର୍ଚ୍ଚିକା

Published By : Prameya-News7 Bureau | October 16, 2018 IST

ବାଙ୍କୀ ୧୬|୧୦: ପବିତ୍ର ଶାରଦୀୟ ପୂଜା ପାଇଁ ଚଳଚଞ୍ଚଳ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମାଆ ଚର୍ଚ୍ଚିକାଙ୍କ ପୀଠ । ମହାଷ୍ଟମୀରେ ସ୍ବତନ୍ତ୍ର ରୀତିନୀତିରେ ପୂଜାପାଠ ସହ ସୁନାରୂପାରେ ମାଆଙ୍କୁ ସୁସଜ୍ଜିତ କରାଯାଇଛି। ଆଜିର ଦିନ ମାଆଙ୍କ ପୀଠରେ ବଡ ପର୍ବ । ଆଜିର ଦିନରେ ମାଆଙ୍କ ଦର୍ଶନ କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ମାଆଙ୍କ ପୀଠରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଭିଡକୁ ଦୃଷ୍ଟି ରଖି ପ୍ରଶାସନ ପକ୍ଷରୁ ସୁରକ୍ଷ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.