ଯାଜପୁର ବଡଚଣା ପୂଜା ମଣ୍ଡପରେ ଚାଲିଛି ମା’ଙ୍କ ମହାଷ୍ଟମୀ ପୂଜା

Published By : Prameya-News7 Bureau | October 13, 2021 IST

ଚଣ୍ଡିଖୋଲ ୧୩।୧୦: ଧରାବତରଣ କରିଛନ୍ତି ଜଗତ ଜନନୀ ମା’ ଦୁର୍ଗା । ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା ।  ଆଜି ମା’ଙ୍କ ମହାଷ୍ଟମୀ ପୂଜା । କୋଭିଡ୍ କଟକଣାରେ ଚାଲିଛି ମା’ଙ୍କ ପୂଜା । ଯାଜପୁର ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା । ବଡଚଣା ପୂଜା ମଣ୍ଡପ ପରିସରରେ ମା’ଙ୍କ ଅଷ୍ଟମୀ ପୂଜା ଚାଲୁ ରହିଛି ।

{"id":526558,"width":753,"height":449,"sizeSlug":"full","linkDestination":"none"}

ଦୀର୍ଘ ୬୫ ବର୍ଷ ହେବ ଏଠାରେ ମା’ଙ୍କ ପୂଜା ଚାଲୁ ରହିଛି । ସକାଳୁ ମା’ଙ୍କ ସୂର୍ଯ୍ୟ ପୂଜା, ଗୋ ପୂଜା, ଚଣ୍ଡୀପାଠ, ହୋମକର୍ମ ଅନୁଷ୍ଠିତ ହୋଇଛି । ମଙ୍ଗଳବାର ମା’ଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ବୁଧବାର ମହାଷ୍ଟମୀ ପୂଜା ଚାଲୁ ରହିଛି। କୋଭିଡ୍ କଟକଣା ଅନୁଯାୟୀ ପୂଜାର୍ଚ୍ଚନା ଚାଲୁ ରହିଛି। କମିଟି ସଦସ୍ୟଙ୍କ ପକ୍ଷରୁ ପୂଜାକୁ କିଭଳି ଶାନ୍ତି ଶୃଙ୍ଖଳାରେ ପରିଚାଳିତ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.