୬.୩ ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ

Published By : Prameya-News7 Bureau | January 09, 2020 IST

ମୋସ୍କୋ ୦୯।୦୧: ରୁଷରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଗୁରୁବାର ଦିନ ରୁଷ୍‌ର ଦକ୍ଷିଣ-ପଶ୍ଚିମ ଅଞ୍ଚଳର ଭୂକମ୍ପ ଝଟକା ଅନୁଭୁତ ହୋଇଛି । ଚୁକୌଟକାର ଦକ୍ଷିଣ ପଶ୍ଚିମ ଦିଗର ୪୦୬ କିଲୋମିଟର ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳୀ ଥିବା ଅନୁମାନ କରାଯାଉଛି । ରିକ୍ଟର ସ୍କେଲରେ ଭୂକମ୍ପର ତ୍ରୀବତା ୬.୩ ରେକର୍ଡ କରାଯାଇଛି ।  ଭୂକମ୍ପ ଅନୁଭୂତ ହେବା ମାତ୍ରେ କିଛି ଲୋକ ଭୟରେ ଘରୁ ବାହାରକୁ ବାହାରି ପଡିଥିବା ଦେଖିବାକୁ ମିଳିଥିଲା । ତେବେ ଭୂକମ୍ପରେ କୌଣସି ଅଘଟଣର ସୂଚନା ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.