୬.୧ ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ

Published By : Prameya-News7 Bureau | April 24, 2019 IST

ନୂଆଦିଲ୍ଲୀ ୨୪|୪: ଉତ୍ତରପୂର୍ବ ଭାରତରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର୍‌ ସ୍କେଲ୍‌ରେ ଏହାର ତୀବ୍ରତା ୬.୧ ରହିଛି । ସମଗ୍ର ଆସାମ ଓ ଅରୁଣାଚଳପ୍ରଦେଶ ଏବଂ ଚୀନ୍‌ ସୀମାନ୍ତକୁ ଲାଗିଥିବା କେତେକ ଅଞ୍ଚଳ, ତିବ୍ଦତ ଏବଂ ମିଆଁମାରରେ ଏଥିଯୋଗୁଁ କମ୍ପନ ଅନୁଭୂତ ହୋଇଛି।

ଡିବ୍ରୁଗଡ଼ ସହରର ଉତ୍ତରପଶ୍ଚିମ ପଟର ୧୧୪ କିଲୋମିଟର ଦୂର ଏବଂ ଭୂଗର୍ଭର ୯ କିଲୋମିଟର ଅଭ୍ୟନ୍ତରରେ ଏହାର କେନ୍ଦ୍ରସ୍ଥଳ ରହିଛି ।

ଭାରତୀୟ ପାଣିପାଗ ସଂସ୍ଥାନ ରିପୋର୍ଟ ଅନୁସାରେ, ରାତି ପ୍ରାୟ ୧ଟା ୪୫ ମିନିଟ୍ ସମୟରେ ପଶ୍ଚିମ ସିଆଙ୍ଗ ଓ ଅରୁଣାଚଳ ପ୍ରଦେଶରେ ୫.୮ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ହୋଇଛି। ଉତ୍ତରକୁ ୨୮.୬୦ଡିଗ୍ରୀ ଅକ୍ଷାଂଶ ଏବଂ ପଶ୍ଚିମକୁ ୯୪.୪୦ ଡିଗ୍ରୀ ଦ୍ରାଘିମା ଅଞ୍ଚଳସ୍ଥିତ ଭୂଗର୍ଭର ୧୦ କିଲୋମିଟର ଗଭୀରରେ ଥିଲା ଏହାର କେନ୍ଦ୍ରସ୍ଥଳ। ତିବ୍ଦତର କେତେକ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଥିବା କଥା ଚୀନ୍‌ର ରାଷ୍ଟ୍ରାୟତ ଖବର ସରବରାହ ସଂସ୍ଥା ଜିନ୍‌ହୁଆ କହିଛି। ଏପର୍ଯ୍ୟନ୍ତ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.