୪.୮ ତୀବ୍ରତାର ଭୂକମ୍ପ ଝଟ୍କା ଅନୁଭୂତ
14/12/2019 at 8:36 AM

ମୁମ୍ବାଇ ୧୪।୧୨: ମହାରାଷ୍ଟ୍ରରେ ଭୂକମ୍ପର ଝଟ୍କା । ମହାରାଷ୍ଟ୍ର ପାଲଘରରେ ଆଜି ଭୋରରୁ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୮ ରେକର୍ଡ କରାଯାଇଛି । ତେବେ ଅଘଟଣର କୌଣସି ସୂଚନା ମିଳିନାହିଁ । ସକାଳ ୫ଟା ୨୨ରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପ ଅନୁଭୂତ ହେବା ମାତ୍ରେ କିଛି ଲୋକ ଭୟରେ ଘରୁ ବାହାରକୁ ବାହାରି ପଡିଥିବା ଦେଖିବାକୁ ମିଳିଥିଲା ।
Related Posts
କଙ୍ଗନାଙ୍କୁ ମୁମ୍ୱାଇ ପୋଲିସ୍ର ସମନ୍, ଶୁକ୍ରବାର ଥାନାରେ ହାଜର ହୁଅ
21 January 2021