ଭୂକମ୍ପରେ ଥରିଲା ନେପାଳର ପୋଖରା : ରିକ୍ଟର ସ୍କେଲରେ ତୀବ୍ରତା ୫.୮

Published By : Prameya-News7 Bureau | May 19, 2021 IST

କାଠମାଣ୍ଡୁ ୧୯/୫ : ନେପାଳର ପୋଖରାରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ଥିଲା ବୋଲି ଜଣାପଡିଛି । ରାଷ୍ଟ୍ରୀୟ ଭୂକମ୍ପ କେନ୍ଦ୍ର ସୂଚନା ଅନୁଯାୟୀ ସ୍ଥାନୀୟ ସମୟ ପ୍ରାୟ ଭୋର ୫.୪୨ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଲାମଜଙ୍ଗ ଜିଲ୍ଲାର ଭୁଲବୁଲରେ ଅବସ୍ଥିତ । ତେବେ ବର୍ତ୍ତମାନ ସୁଦ୍ଧା ଏହି ଭୂକମ୍ପରେ କୌଣସି କ୍ଷୟକ୍ଷିତ ହୋଇନଥିବା କିମ୍ବା ଧନ ଜୀବନ ନଷ୍ଟ ହେବାର ଖବର ନାହିଁ ।

wp:html /wp:html

ନେପାଳରେ ଭୂକମ୍ପର କମ୍ପନ ସୀମା ନିକଟ ସଟେ ବିହାରରେ ମଧ୍ୟ ଅନୁଭୂତ ହୋଇଛି । ବିହାରର ସୀମାନ୍ତ ଅଞ୍ଚଳରେ ତୀବ୍ର କମ୍ପନ ଅନୁଭୂତ ହୋଇଥିଲା । ଏହାପୂର୍ବରୁ ଏପ୍ରିଲ୍ ୨୮ରେ କାଠମାଣ୍ଡୁ ଉପତ୍ୟକାରେ ରିକ୍ଟର ସ୍କେଲରେ ୫.୨ ତ୍ରୀବ୍ରତାରେ ଏକ ଭୂକମ୍ପ ଅନୂଭୂତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.