Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ବ୍ରେନ୍‌ ଟ୍ୟୁମର ଚିହ୍ନଟ କରିବା ସହ ଭଲ କରିପାରିବ ମ୍ୟାଗ୍ନେଟିକ୍‌ ହେଲମେଟ୍‌, ଜାଣନ୍ତୁ କେମିତି କରୁଛି କାମ ?

28/07/2021 at 4:29 PM

ନୂଆଦିଲ୍ଲୀ ୨୮/୭: ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପ୍ରତିଦିନ ନୂଆ ନୂଆ ଆବିଷ୍କାର ଦେଖିବାକୁ ମିଳୁଛି। ଟେକନୋଲୋଜି ପାଇଁ ଆଜି ଆମେ ପୂର୍ବାପେକ୍ଷା ଅଧିକ ସୁରକ୍ଷିତ ଏବଂ ରୋଗ ସହ ଲଢ଼ିବା ମାମଲାରେ ଆଗରେ ଅଛନ୍ତି। ପୂର୍ବରୁ ହେଲମେଟ୍‌ ଏବଂ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ସହାୟତାରେ ବ୍ରେନ୍‌ ଟ୍ୟୁମର ଚିହ୍ନଟ କରିବାରେ ସକ୍ଷମ ହେଉଥିଲେ। କିନ୍ତୁ ଏବେ ବୈଜ୍ଞାନିକମାନେ ଆଉ ଦୁଇ ପାଦ ଆଗକୁ ଯାଇ ପୁଣି ଏକ ନୂଆ ମ୍ୟାଗ୍ନେଟିକ୍‌ ହେଲମେଟ୍‌ ପ୍ରସ୍ତୁତ କରୁଛନ୍ତି। ଏହା ସାହାଯ୍ୟରେ ବ୍ରେନ୍‌ ଟ୍ୟୁମର ଡିଟେକ୍ଟ କରିବା ସହ ଏହାର ଉପଚାର ମଧ୍ୟ କରାଯାଇପାରିବ ।

ଟେଷ୍ଟିଂ ସଫଳ
ନ୍ୟୁରୋଲୋଜି ବିଭାଗରେ ଏକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷଣ ଦ୍ବାରା ବୈଜ୍ଞାନିକମାନେ ଏମିତି ଏକ ହେଲମେଟ୍‌ ଆବିଷ୍କାର କରିଛନ୍ତି ଯାହା ବ୍ରେନ୍‌ ଟ୍ୟୁମର ସହ ଲଢ଼ିବାରେ ସକ୍ଷମ। ବୈଜ୍ଞାନିକମାନେ ଏହି ହେଲମେଟ୍‌ ସାହାଯ୍ୟରେ ମ୍ୟାଗ୍ନେଟିକ୍‌ ଫିଲ୍ଡ ଜରିଆରେ ଜଣେ ୫୩ ବର୍ଷୀୟ ବ୍ୟକ୍ତିଙ୍କ ଡେଡ୍‌ ଟ୍ୟୁମରକୁ ପାଖାପାଖି ଏକ ତୃତୀୟାଂଶ ଭଲ କରିପାରିଛନ୍ତି।

ଅନ୍ୟ କାରଣ ପାଇଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲେ ହେଁ ବ୍ୟବଚ୍ଛେଦ ପରେ ଜଣାପଡ଼ିଲା ତାଙ୍କ ବ୍ରେନ୍‌ ଟ୍ୟୁମର ୩ ଭାଗରୁ ଭାଗେ ଭଲ ହୋଇଯାଇଛି। ଏହି ପରୀକ୍ଷଣକୁ ବିଶ୍ବର ପ୍ରଥମ ବ୍ରେନ୍‌ କର୍କଟର ଭୟଙ୍କର ଷ୍ଟେଜ୍‌ ଗ୍ଲିୟୋବ୍ଲାଷ୍ଟୋମାର ନନ୍‌ ଇନଭାସିବ୍‌ ଥେରାପି କୁହାଯାଉଛି।

ଜାଣନ୍ତୁ କେମିତି କରୁଛି କାମ ?
ଏହି ହେଲମେଟ୍‌ରେ ଥିବା ୩ ଲଗାତାର ଘୂରୁଥିବା ମ୍ୟାଗ୍ନେଟିକ୍‌ ଯାହାକୁ ମାଇକ୍ରୋପ୍ରୋସେସର ବେସଡ୍‌ ଇଲେକଟ୍ରୋନିକ୍‌ କଂଟ୍ରୋଲର ସାହାଯ୍ୟରେ ଯୋଡ଼ାଯାଇଛି। ଏହା ଏକ ରିଚାର୍ଜ ହେଉଥିବା ବ୍ୟାଟେରି ସହ କନେକ୍ଟ ହୋଇଛି। ଏହି ଥେରାପିରେ ରୋଗୀ ହେଲମେଟଟିକୁ ହସ୍ପିଟାଲରେ ପିନ୍ଧିଥିଲେ। ଏହା ସହ ଘରେ ପତ୍ନୀଙ୍କ ସହାୟତାରେ ମଧ୍ୟ ପିନ୍ଧିଥିଲେ। ଏହା ପରେ ହେଲମେଟର ଡାଟା ବିଶ୍ଲେଷଣ କରାଯାଇଥିଲା ଏବଂ ଜଣେ ରୋଗୀ ଏହାକୁ ଦିନରେ ପାଖାପାଖି ୬ ଘଣ୍ଟା ପିନ୍ଧିବାକୁ ପରାମର୍ଶ କରାଯାଇଛି।

ଏହି ହେଲମେଟ ପିନ୍ଧିବା​‌ ପରେ ରୋଗୀଙ୍କ ଟ୍ୟୁମରର ଆକାର ପାଖାପାଖି ଏକ ତୃତୀୟାଂଶ କମିଥିଲା। ତେବେ ଏହି ହେଲମେଟ୍‌ ସାହାଯ୍ୟରେ ଭବିଷ୍ୟତରେ ବ୍ରେନ୍‌ କ୍ୟାନସର ବିନା କୌଣସି କ୍ଷତିରେ ଭଲ କରାଯାଇପାରିବ ବୋଲି ନ୍ୟୁରୋସର୍ଜନ୍‌ ଡେଭିଡ୍‌ ବସ୍କିନ୍‌ କହିଛନ୍ତି ।

   Related Posts