ଭ୍ୟାକସିନ ନେବା ପରେ ଦେହରେ ସୃଷ୍ଟି ହେଉଛି ଚୁମ୍ବକୀୟ ଶକ୍ତି, ସ୍ୱାସ୍ଥ୍ୟ ବିଭାଗ ଶୀଘ୍ର ତଦନ୍ତ କରିବା ନେଇ ଉଠିଲା ଦାବି

Published By : Prameya-News7 Bureau | June 13, 2021 IST

ପାଟଣା/ଆଠଗଡ଼, ୧୩/୦୬: ଭ୍ୟାକସିନ ନେବା ପରେ ଦେହରେ ସୃଷ୍ଟି ହେଉଛି ଅଦ୍ଭୁତ ଚୁମ୍ବକୀୟ ଶକ୍ତି । ଆଉ ସେହି ଚୁମ୍ବକୀୟ ଶକ୍ତି ବଳରେ ଦେହରେ ଲାଗି ରହୁଛି ଷ୍ଟିଲ ବାସନ କୁସନ । କଂସା ତାଟିଆଠାରୁ ଆରମ୍ଭ କରି ଚାମଚ, ଚାବିକାଠି, କିଛି କଏନ ମଧ୍ୟ ଲାଗିରହୁଛି । ନୀଳଗିରି, ଢେଙ୍କାନାଳ, କେନ୍ଦୁଝର ପରେ ଏବେ ପାଟନା ଓ ଆଠଗଡରେ ଟିକା ନେବା ପରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି।

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଝାଟିପଡା ଗ୍ରାମର ରଞ୍ଜନ କୁମାର ବାରକ କୋଭିଡ ଭ୍ୟାକ୍ସିନ ପ୍ରଥମ ଡୋଜ ନେଵାପରେ ତାଙ୍କ ଶରୀରରେ ଚୁମ୍ବକୀୟ ଶକ୍ତି ରବିବାର ଦେଖିବାକୁ ମିଳିଛି। ତାଙ୍କ ଦେହରେ ଷ୍ଟିଲ ଡଙ୍କି, ଚାମୁଚ, କଏନ ଆଦି ଲାଗି ରହୁଥିବା ବେଳେ ଦେହରେ ଚୁମ୍ବକୀୟ ଶକ୍ତିକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ରଞ୍ଜନ କେନ୍ଦୁଝର ଟାଇମ୍ସର ପାଟଣା ବ୍ଲକର ପ୍ରତିନିଧି ଭାବେ କାର୍ଯ୍ୟ କରୁଛନ୍ତି।

ଶନିବାର ଘଟଗାଁ ବ୍ଲକ ଖଣ୍ଟଘର ପଞ୍ଚାୟତ କାଶୀବେଡା ଗ୍ରାମର କେଡିନ୍ୟୁଜର ସମ୍ପାଦକ କବିନ୍ଦ୍ର ରାଉତଙ୍କ ଦେହରେ ଭ୍ୟାକ୍ସିନ ନେବା ପରେ ଚୁମ୍ବକୀୟ ଶକ୍ତି ପ୍ରକାଶ ପାଇବା ଓ ଢେଙ୍କିକୋଟ ପଞ୍ଚାୟତ ଟିକିରା ଗ୍ରାମର ଶିକ୍ଷକ ପ୍ରମୋଦ ବେହେରାଙ୍କ ଦେହରେ ଏଭଳି ଚୁମ୍ବକୀୟ ଶକ୍ତି ପ୍ରକାଶ ପାଇବା ପରେ ରଞ୍ଜନ ନିଜ ଦେହରେ ଏହାର ପରୀକ୍ଷା କରିଥିଲେ l ପରେ ତାଙ୍କ ଦେହରେ ଚୁମ୍ବକୀୟ ଶକ୍ତି କାର୍ଯ୍ୟକରୁଛି ବୋଲି ଜାଣି ପାରିଥିଲେ ।

ସେହିପରି ଆଠଗଡ଼, ତିଗିରିଆ ଅଞ୍ଚଳର ସାମ୍ବାଦିକ ଗୌର ଚନ୍ଦ୍ର ସାହୁ କରୋନାର ଦ୍ବିତୀୟ ଟିକା ନେବାପରେ ତାଙ୍କ ଦେହରେ ଚୁମ୍ବକୀୟ ଶକ୍ତି ବଢିଥିବା ଦେଖିବାକୁ ପାଇଥିଲେ l କରୋନା ଟୀକା ନେବା ପରେ ମଣିଷ ଦେହରେ ଚୁମ୍ବକୀୟ ଶକ୍ତି ଦେଖା ଦେବା ଘଟଣାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ କରାଯିବା ସହ ଘଟଣାର ସତ୍ୟାସତ୍ୟକୁ ଯାଞ୍ଚ କରାଯିବା ନେଇ ସ୍ଥାନୀୟରେ ଦାବି ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.