Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ମନ୍ତ୍ରୀ ପୁଅଙ୍କ ଗାଡି ଅଟକାଇଲେ ମହିଳା ମାଜିଷ୍ଟ୍ରେଟ, ଚେକିଂ ପରେ ନ୍ୟାୟାଧିଶଙ୍କ ସାମ୍ନାରେ ହାତ ଯୋଡିଲେ ଆକାଶ ରାଜପୁତ

24/10/2021 at 3:39 PM

ଭୋପାଳ ୨୪/୧୦ : ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଏକ ଟ୍ରାଫିକ ପୋଷ୍ଟରେ ଅଜବ ଘଟଣା ଦେଖିବାକୁ ମିଳିଥିଲା । ମାଜିଷ୍ଟ୍ରେଟ ନିଜେ ଟ୍ରାଫିକ ପୋଷ୍ଟରେ ପହଞ୍ଚି ଚେକିଂ କରୁଥିବା ବେଳେ ମନ୍ତ୍ରୀଙ୍କ ପୁଅକୁ ଅଟକାଇଥିଲେ । ମଧ୍ୟପ୍ରଦେଶର ପରିବହନ ମନ୍ତ୍ରୀ ଗୋବିନ୍ଦ ସିଂହ ରାଜପୁତଙ୍କ ପୁଅ ଆକାଶ ରାଜପୁତଙ୍କୁ ଅଟକାଇଥିଲେ ଜିଲ୍ଲା ମାଜିଷ୍ଟ୍ରେଟ । ଆକାଶଙ୍କ କାରକୁ ଅଟକାଇ ଗାଡ଼ିର କାଗଜ ପତ୍ର ଯାଞ୍ଚ କରି କରାଯାଇଥିଲା । ଚେକିଂ କରିବା ପରେ  ମନ୍ତ୍ରୀଙ୍କ ପୁଅ ମାଜିଷ୍ଟ୍ରେଟଙ୍କୁ ହାତ ଯୋଡ଼ି ନମସ୍କାର କରୁଥିବା ଦେଖିବାକୁ ମିଳିଥିଲା । ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ ଯେ, ସାଗର ଜିଲ୍ଲାର ବିଭିନ୍ନ ସ୍ଥାନରେ ମାରାଥନ୍‌ ଚେକିଂ ଚାଲିଥିଲା । ବିଭିନ୍ନ ଟ୍ରାଫିକ୍‌ ପୋଷ୍ଟକୁ ନିଜେ ମାଜିଷ୍ଟ୍ରେଟ ଯାଇ ଟ୍ରାଫିକ୍‌ ବ୍ୟବସ୍ଥା ବାବଦରେ ଅନୁଧ୍ୟାନ କରିଥିଲେ । ଏହା ସହିତ କିଛି ଗାଡିକୁ ଅଟକାଇ ଚେକିଂ ମଧ୍ୟ କରିଥିଲେ । ତେବେ ମଧ୍ୟପ୍ରଦେଶ ରାଜସ୍ୱ ଓ ପରିବହନ ମନ୍ତ୍ରୀଙ୍କ ପୁଅ ଆକାଶ ରାଜପୁତ ଜିଲ୍ଲା ପଞ୍ଚାୟତ ସମାବେଶରେ ଯୋଗଦେବା ପାଇଁ ଯାଉଥିଲେ। ତାଙ୍କ କାର ପଛରେ ଏକ ଏସ୍‌ୟୁଭି କାର ଯାଉଥିଲା । ମାଜିଷ୍ଟ୍ରେଟ ଉଭୟ କାରକୁ ଅଟକାଇ ଗାଡ଼ି କାଗଜ ପତ୍ର ଦେଖାଇବାକୁ କହିଥିଲେ । ସେଠାରେ ଭିଡ ମଧ୍ୟ ଜମିଯାଇଥିଲା ।

ମାଜିଷ୍ଟ୍ରେଟ ତାଙ୍କ କର୍ମଚାରୀଙ୍କୁ କହି ଗାଡ଼ିରୁ ଚାବି ନେଇଯାଇଥିଲେ। କିଛି ସମୟ ଗାଡ଼ି କାଗଜ ପତ୍ର ଯାଞ୍ଚକରିବା ପରେ ତାଙ୍କୁ ଛାଡ଼ି ଦିଆଯାଇଛି । କାଗଜପତ୍ର ଯାଞ୍ଚ ଶେଷ ହେବାପରେ ଆକାଶ ରାଜପୁତ ସମ୍ପୃକ୍ତା ମାଜିଷ୍ଟ୍ରେଟଙ୍କୁ ହାତ ଯୋଡ଼ି ଧନ୍ୟବାଦ ଦେବା ସହିତ ନମସ୍କାର କରିଥିଲେ ଏବଂ ତାଙ୍କ ନାଁ ପଚାରିଥିଲେ। ଶୁଣିବାକୁ ମିଳୁଛି ଯେ, ମନ୍ତ୍ରୀଙ୍କ ପୁଅଙ୍କ ଠାରୁ ଚାଲାଣ ମଧ୍ୟ କଟାଯାଇଛି।

   Related Posts