ଫର୍ମରେ ଲେଖା ସବୁ କେମିତି ଉଭାନ ହୋଇ ଯାଉଛି - ମ୍ୟାଜିକ ପେନ୍ ବ୍ୟବହାର କରି ଜାଲିଆତି

Published By : Prameya-News7 Bureau | November 30, 2019 IST

ଭୁବନେଶ୍ୱର ୩୦।୧୧-  ଫର୍ମରେ ଲେଖା ସବୁ କେମିତି ଉଭାନ ହୋଇ ଯାଉଛି । ଏହା ପଛରେ କି ରହସ୍ୟ ରହିଛି । ଏହାର ଗୁମର ଫିଟାଇଛି ନ୍ୟୁଜ୍ ସେଭେନ୍ । ଏହି କିମିଆ ପଛରେ ରହିଛି ୩ ଶହ ଟଙ୍କିଆ ମ୍ୟାଜିକ୍ ପେନ୍ ର କମାଲ । ଇଏ ଏମିତି ଏକ ପେନ୍, ଯେଉଁଥିରେ ଲେଖିବା ପରେ ଲେଖା ସବୁ ଖୁବ ସହଜରେ ଲିଭି ଯାଇପାରେ । ଖାଲି ଟିକିଏ ନିଆଁ ଧାସ ବାଜିଲେ କାଗଜ ଉପରୁ ଲେଖା ସବୁ ଉଡ଼ିଯାଏ ।

କାଗଜ ଉପରେ କିଛି ଲେଖିଦେବା ପରେ ସେଥିରେ ନିଆଁ ଟିକିଏ ଦେଖାଇବା ପରେ ଲେଖାସବୁ ଉଭାନ ହୋଇ ଯାଉଛି । Y ଫର୍ମରେ ଲେଖିବା ଲାଗି ଲିଜ୍ ଧାରୀ ଏହି ମ୍ୟାଜିକ ପେନ୍ ବ୍ୟବହାର କରିଥାନ୍ତି । ଏଥିରେ ଲେଖିଲେ ଜାଲ୍ କରିବା ସହଜ । ଏହାଦ୍ବାରା ଗୋଟିଏ ଫର୍ମରେ ଏକାଧିକ ଗାଡ଼ି ବାଲି ପରିବହନ କରିଥାନ୍ତି । ମ୍ୟାଜିକ୍ ପେନ୍ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରି ଚାଲିଛନ୍ତି ବାଲି ଲିଜ୍ ଧାରୀ ।

ପୋଲିସ ଏବଂ ପ୍ରଶାସନକୁ ଏହି କାରନାମାର ଟେର୍ ବି ମିଳୁନି । ଏହି ମ୍ୟାଜିକ୍ ପେନ୍ ରେ ରହିଛି ସହଜରେ ଲିଭି ଯାଉଥିବା କାଳି । ଏଥିରେ ରହିଛି ଥର୍ମୋ ସେନସିଟିଭି କାଳି, ଯାହା ଟିକିଏ ତାତି ପାଇଲେ ଉଡ଼ିଯାଏ । ମ୍ୟାଜିକ୍ ପେନ୍ ର ଏହି ଗୁଣକୁ ଏବେ ବାଲି ମାଫିଆ ଆପଣେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.